ରାଜନୀତି

ମିଶନ ଶକ୍ତି ସ୍କୁଟି ଦୁର୍ନୀତିର ବିଚାର କରନ୍ତୁ ନିର୍ବାଚନ କମିଶନ : ଆଇସିପି


ଭୁବନେଶ୍ୱର : ଓଡ଼ିଶା ସରକାର ଙ୍କ ମିଶନ ଶକ୍ତି ସ୍କୁଟି ଯୋଜନା ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ପାଇଁ ଉଦ୍ଦିଷ୍ଟ – ବିଜୁ ଜନତା ଦଳର ଚିହ୍ନ ଶଙ୍ଖ ପ୍ରତ୍ୟାହାର ପାଇଁ ଦାବି। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ସ୍କୁଟି ଯୋଜନା ତାଙ୍କ ଦଳର ନିର୍ବାଚନ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏବଂ ଓଡ଼ିଶା ସରକାରଙ୍କର ଯେଉଁ କେତେଜଣ ଅଫିସର୍ ଏଥିରେ ସଂଶ୍ଳିଷ୍ଟ ସେମାନଙ୍କୁ ଗିରଫ କରି ଜେଲରେ ରଖାଯାଉ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ଦାବି କରୁଛି। ସଂଖ୍ୟାଧିକ ବିଧାୟକ, ବିଧାୟିକା ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଛନ୍ତି। ଜଣେ
ଆଇ. ଏ. ଏସ୍ ଅଫିସର୍ ଭି. କେ ପାଣ୍ଡିଆନ ଓଡ଼ିଶା ଶାସନ କୁ ଜବର୍ ଦଖଲ କରିଛନ୍ତି କେନ୍ଦ୍ର ସରକାର ନିରବ ସମର୍ଥନ ଦେଉଛନ୍ତି। କାରଣ ଭି.କେ ପାଣ୍ଡିଆନ ଜଣେ କେନ୍ଦ୍ର ସରକାରୀ ଅଫିସର ଇଣ୍ଡିଆର ନିର୍ବାଚନ କମିଶନ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ, ନିଜର ନିରପେକ୍ଷ ଓ ସ୍ପଷ୍ଟବାଦୀ ଅଫିସର୍ ମାନଙ୍କୁ ପଠାଇ ଘଟଣାର ତଦନ୍ତ କରନ୍ତୁ, ଏଭଳି ବେଆଇନ୍ କାର୍ଯ୍ୟକରୁଥିବା ସରକାରୀ ଅଫିସର ମାନଙ୍କର ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେହି ଅଫିସର୍ ମାନଙ୍କୁ କେନ୍ଦ୍ର ସରକାର ଚାକିରୀରୁ ବହିଷ୍କାର କରନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ଦାବି କରୁଛି।

Leave a Reply

Your email address will not be published. Required fields are marked *