ରାଜ୍ୟ

ରାଜଧାନୀରୁ ଭତ୍ତା ପାଇଁ ଆସିଛି ଭତ୍ତା ଅଫିସର

ଯୋଡ଼ା – ଆମେ ସବୁ ଘୋଟାଲା କରିବୁ,ତେଣୁ ଆମେ ସବୁ ଲାଗି ପଡିକି ଏଠାକୁ ଆସୁଛୁ । କିଏ ପଇସା ଦେଇ ଆସିଛି ତ ଆଉ କିଏ ବାପର ସାଙ୍ଗ ମନ୍ତ୍ରୀଙ୍କ ସୁପାରିସ କରି ଆସିଛି ସ୍ଥାନୀୟ ଅଞ୍ଚଳର ବିଭାଗକୁ।ଆମର ଲାଜ ସରମ ବୋଲି କିଛି ନାହିଁ,ଆମକୁ ପଇସା ଦେଲେ,ଆମେ ସବୁ କରିବୁ।ଆମେ ଅଫିସର ହେଲେ କଣ ହେବ ଆମର ଲୋଭ ବେସୀ। ଆମର ବହୁ ପୂର୍ବ ଅଫିସର ଦୁର୍ନୀତି କରି ଏବେ ଜେଲରେ ଦିନ ରାତି କଟୁଛନ୍ତି, ହେଲେବି ଆମେ ସବୁ କଳା/ଧଳା ଭାଲୁ ଘୋଟାଲା କରି ସବୁ ଖାଇ ଯିବୁ।ସୂତ୍ର ଅନୁସାରେ , ଏପରି ଦୁର୍ନୀତି ଗ୍ରସ୍ଥ୍ ଏମାନଙ୍କ ମଧ୍ୟରୁ ମରି ଗଲେଣି କେତେକ ତଥାବି ନିଜ ନିଜର କଳାକାରନାମାର ଫୈଶିଲା ସରି ପାରିଲାନି। ସେହିପରି ସ୍ଥାନୀୟ ବିଭାଗରୁ ଯାଇ ଅଫିସର ଜଣଙ୍କ ଗତ କିଛି ବର୍ଷରେ ରାଜଧାନୀର ପ୍ରମୁଖ ପଦବୀରେ ରହି ଗତ ଦୁଇ ମାସ ତଳେ ଆୟ ବହିର୍ଭୁତ ସମ୍ପତି ଠୁଳ କରି ଏବେ ଭକୁଆ ହୋଇ ଘରେ ବସିଛି, ଆଉ ଘରୁ ପାଖ ପାଖି ଦୁଇ କୋଟି ଟଙ୍କା ବାହାରିବା ସହ ସୁନା ଗହଣା, ରାଜଧାନୀ ଓ ଜିଲ୍ଲାରେ ଏକାଧିକ ଜାଗା ଜମୀର ମାଲିକ ଏବେ କାଙ୍ଗାଳ ।କଣ ସେତିକିରେ ହେଲାଣି ଯେ ଗାଡ଼ି ବେପାର ସହ ଏକ କମ୍ପାନୀ ସହ ଭିତିରିଆ ବେପାର ମଧ୍ୟ ଖୁବ ଭଲରେ ଭଲରେ ଚାଲୁଥିଲା।ହେଲେ କଣ ହେବ ସବୁ ଫସର ଫାଟି ଯାଇ ସବୁ ସିଜ୍ ହେଲା,ଚାକିରୀ ମଧ୍ୟ ଗଲା।ଏବେ ଘରେ ବସି ନାଚ/ ଗୀତ କରୁଛି। ତେବେ ସୂଚନା ଯୋଗ୍ୟ ସ୍ଥାନୀୟ ବିଭାଗରେ ଘୋଟାଲାକରୀ କଳା/ ଧଳା ଭାଲୁଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।କେତକ ଦୁର୍ନୀତିଗ୍ରସ୍ତ ଭାଲୁଙ୍କ ଖବର ବ୍ୟାପକ ହୋଇ ଆସୁଥିବା ବେଳେ ଏବେ କିଛି ଦିନ ହେଲା ଭିତରେ ରହି ଖେଳ କରୁଥିବା ଅନ୍ୟ ଏକ ଚୁପଶୈତାନ ଭାଲୁଙ୍କ କାରନାମା ଧରା ପଡ଼ିବା ଆରମ୍ଭ ହୋଇଛି। ତେବେ ପୂର୍ବ ପରି ପୁଣି ଆରମ୍ଭ ହୋଇଛି ସ୍ଥାନୀୟ ବିଭାଗକୁ ଆସି ପ୍ରତ୍ୟେକ ମାସର ଖଣି ଭତ୍ତା ପଇସା ନେଇ କରି ରାଜଧାନୀ ଫେରିବା ହୁଏ।ଗତ ମାସ ପରି ଚଳିତ ମାସର ଗୁରୁବାର ଆସିବା ହୋଇଥିବା ବେଳେ ରୁଦ୍ଧ ଦ୍ଵାରା ଭିତରେ କେବଳ ତୁହାକୁ ତୁହା ବୈଠକ ଚାଲିଥିବା ବେଳେ କାମ କିଛି ନାହିଁ।ରାଜଧାନୀରୁ ଆସି ବିଭାଗର କେତେ ଗୁଡିଏ ମୋଟା ଅଙ୍କର ଅର୍ଥ ଖାଲି ବ୍ୟୟ କରିବା କଥା ଯାହା ଆଉ କିଛି ନୁହଁ।ଆଉ ଏହାକୁ ସହଯୋଗ କରନ୍ତି ତଳୁ ଆରମ୍ଭ କରି ଉପର ଯାଏ ସ୍ଥାନୀୟ ବେହିଆ କଳା/ଧଳା ଭାଲୁ ।ସେଥିରେ ପୁଣି ସେହି ରାଜଧାନୀର ପ୍ରମୁଖ ତିନି ବିଭାଗର ଅଣ ଓଡ଼ିଆ ମୁଖିଆ ଅଧିକାରୀ ନିରାଶୟ ଏହି କଳା/ଧଳା ଦୋମୁହଁlଙ୍କ ଭିଡ଼ରେ ହୋଇପଡିଛନ୍ତି।ଯେ ଯାହା କଲା,ସେବି କିଛି ବୁଝି ପାରନ୍ତି ନାହିଁ ଅଣ ଓଡ଼ିଆ ତିନି ବିଭାଗର କୁଳଙ୍ଗାର ମୁଖିଆ।ତେବେ ଏସବୁ ଚକ୍ରାନ୍ତର ଆଉ ଏକ ସ୍ଥାନୀୟ ମାଷ୍ଟର ମାଇଣ୍ଡ ଭିତରେ ରହି ଖେଳ କରୁଥିବା ବେଳେ ଏବେ ଅସଲମୁଖା ଧୀରେ ଧୀରେ ପଦାରେ ପଡ଼ିବା ଆରମ୍ଭ ହୋଇଛି। ତଳୁ ଆରମ୍ଭ କରି ଉପରର ସଭିଏ କହିଲେଣି ଯେ ସବୁ କାରନାମାର ବର୍ତ୍ତମାନ ଚୁପଶୈତାନ ମାଷ୍ଟର ମାଇଣ୍ଡ ଜଣକ ବୋଲି।ଆଉ ସେ ଭାଲୁର ରହିଲା ନିଜର ବ୍ୟବହାର / ଆଚରଣ କଥା ଆଉ ନକହିବା ଭଲ କାରଣ ଅନେକ ଅତିଷ୍ଠ ହେଲେଣି। ତେବେ ଗତ ଦୁଇ ଦିନର ସମସ୍ତ ଦାୟିତ୍ଵ ତଥା ହର୍ତାକର୍ତା ବନି ରାଜଧାନୀର ଏହି ମାସିକିଆ ଭତ୍ତା ଅଫିସରକୁ ସୁରକ୍ଷା ଦେଇ ନିଜ ଆଢ଼ୁଅଳରେ ରଖି ଏକ ବୈଠକ ରୂପ ଦେଇ ଦିଗ ହରା କରିବାକୁ ଚେଷ୍ଟା ଚଳାଇଥିବା ଜାଣିବାକୁ ମିଳେ ଉକ୍ତ ନୂତନ ଧଳା ଭାଲୁ।ଏପରିକି ପରିମାଣ କମ/ବେସୀ କରିବାରେ ମଧ୍ୟ ପ୍ରମୁଖ ହାତ ଭିତିରିଆ ରହିଥିବାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି।ଆଉ ବିଭିନ୍ନ ସମୟର ସାକ୍ଷାତରେ ଉକ୍ତ ଖବର ବ୍ୟାପକ ଯେପରି ନହେବା ଭଳି ମନ୍ତ୍ୟବ୍ୟ ଦେଇ ଆସୁଥିଲେ। ତେବେ ଦେଖାଯାଉ କେତେ ଦିନଧରି ଅଞ୍ଚଳରେ ,ଏହି ପାଞ୍ଚ ଜଣିଆ କଳା/ ଧଳା ଭାଲୁ ଟିମଙ୍କ ଉତ୍ପାତ ଯାରିକୁ,ସଠିକ ସମୟରେ ଉଚିତ ଜବାବ ଦିଆଯିବ ବୋଲି ଚିନ୍ତା ରହିଛି।

Leave a Reply

Your email address will not be published. Required fields are marked *