ମୁଖ୍ୟ ଖବର

ଶେଷ ହେଲା ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ଶେଷ ହୋଇଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୁଧବାର ଗୃହକୁ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଫେବୃୟାରୀ ୨୧ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହା ଶେଷ ହୋଇଛି।

ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଭାଜପା ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହ କାର୍ଯ୍ୟକୁ ସ୍ବାଭାବିକ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ମଧ୍ୟ ଭାଜପା ବିଧାୟକମାନେ ବ୍ୟାନର ଧରି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବଜେଟର ସାଧାରଣ ଆଲୋଚନା ଉପରେ ଉତ୍ତର ରଖିଥିଲେ । ପରେ ବାଚସ୍ପତି ଗୃହକୁ ୧୦ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

Leave a Reply

Your email address will not be published. Required fields are marked *