ରାଜ୍ୟ

ପୂର୍ବର ନିଲମ୍ବନ ଖଣି ଅଫିସର ପ୍ରଶାନ୍ତ ପଣ୍ଡା ଅତି ସହଜରେ ପଦଉର୍ଣ୍ଣତି ପାଇ ହେଡକ୍ୱାର୍ଟସର ଅଫିସର?

ଭୁବନେଶ୍ୱର : ପୂର୍ବତନ ନିଲମ୍ବନ ହୋଇଥିବା ସ୍ୱତ୍ୱେ ଖଣି ଅଧିକାରୀ କିପରି ଅତି ସହଜରେ ପଦଉର୍ଣ୍ଣତି ପାଇ, ହୋଇ ପାରିଲେ ହେଡକୋର୍ଟସର ବରିଷ୍ଠ ଅଧିକାରୀ?କାହାର ସହଯୋଗ ନା ଆଉ କିଛି ରହିଛି ଭିତିରିଆ ରହସ୍ୟ ? ତେବେ ସୂଚନା ଯୋଗ୍ୟ ଶ୍ରୀ ପଣ୍ଡl ଗତ କିଛି ବର୍ଷ ତଳେ କେନ୍ଦୁଝର ଜିଲ୍ଲାର ଯୋଡ଼ା ସ୍ଥିତ ଖଣି ଉପନିର୍ଦେଶକ କାର୍ଯ୍ୟାଳୟର ଖଣି ଅଧିକାରୀ(ମାଇନିଙ୍ଗ ଅଫିସର) ରୂପରେ ନିଯୋଗ ପାଇଥିବା ବେଳେ ସେ ସମୟରେ ସେ ଦାୟିତ୍ୱରେ ଥିବା ସାରଦା ଖଣିରେ ଘଟାଇଥିବା ଖଣିଜ ଗଦାର ଅନିୟମିତାରେ ଉକ୍ତ ଖଣି ଅଧିକାରୀ ନିଲମ୍ବିତ ହୋଇ,ଚାକିରୀରୁ ଦୂରେଇ ରହିଥିଲେ।ହେଲେ ବର୍ଷ କେଇଟାରେ ଏପରି ଜଲ୍ଦୀ ଫଇଶ୍ଲା କରି ଦେଲେ ଲାଗିପଡ଼ିକି ଯେ,ଉଚ୍ଚ ଅଧିକାରୀଙ୍କ ପାରିୟାପଣ ସାରା ବିଭାଗ ଦେଖିଲା।କିନ୍ତୁ ଅଞ୍ଚଳରେ ଆଉ ଏକ ଚର୍ଚ୍ଚା ଯେ,ଶ୍ରୀ ପଣ୍ଡାଙ୍କ ଠାରୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ଖଣି ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ସେଠୀଙ୍କ(କୋଇଡା) କିନ୍ତୁ ଚଳିତ ପଦର୍ଣ୍ଣତିରେ ସ୍ଥାନ ଟିକିଏ ରହିଲାନାହିଁ।ତେବେ ଶ୍ରୀ ସେଠୀଙ୍କ ପ୍ରାୟ ୨୦୦୫ର ଅଫିସର ଶ୍ରେଣୀ ସ୍ଥାନ ରହିଥିଲେ ହେଁ ତାଙ୍କ ଠାରୁ କନିଷ୍ଠ ଶ୍ରେଣୀର ୨୦୧୪ ରୁ ଅଫିସର ବନି ଗୋଟିଏ ଗୋଟିଏ ମଣ୍ଡଳ ଦାୟିତ୍ୱରେ ବର୍ତ୍ତମାନ ।ତେଣୁ କରି ଦାୟିତ୍ବରେ ଥିବା ଅଧିକାରୀ ସମସ୍ତ ଦିଗ ତଥା ଘୋଟାଲା ଅଫିସରଙ୍କ ପ୍ରତି କଡା ଦୃଷ୍ଟି ରଖି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ନଚେତ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନ ବିଶ୍ଳେଷଣ କାର୍ଯ୍ୟାଳୟ ପରି ଅନେକ ସମସ୍ୟାରେ ଜୁଡୁବୁଡୁ ହେବା ଥୟ।ଉକ୍ତ ଡି.ଡି.ସି.ଏ ବିଭାଗ ପ୍ରତି କିନ୍ତୁ ଏଯାଏ କୌଣସି ଅଧିକାରୀଙ୍କ ଦୃଷ୍ଟି ଗୋଚର ହେବାରେ ଅକ୍ଷମ କାହିଁକି? ବାରମ୍ବାର ସୂଚନା ତଥା ଖବର ବ୍ୟାପକ ହେବା ସ୍ୱାତ୍ୱେ ଅଧିକାରୀଙ୍କ ପାରିଆପଣ ଏବେ କୁଆଡେ ଗଲା ?ତେବେ ଦେଖିବାକୁ ଗଲେ ଗତ କିଛି ବର୍ଷ ତଳେ ଯୋଡ଼ା ସ୍ଥିତ ଖଣି କାର୍ଯ୍ୟାଳୟରେ ଖଣି ଅଧିକାରୀ ,ଏବେ ହେଡକ୍ୱାର୍ଟସର ପଦଉର୍ଣ୍ଣତି ପାଇ(ଡି.ଡି.ଏମ) ଲୋକ ସମ୍ପର୍କ ସୂଚନା ଅଧିକାରୀ(ଆର.ଟି.ଆଇ)ଭାବରେ ନିଯୋଗ ରହିଥିବା ଜାଣିବାକୁ ମିଳେ। ତେବେ ଦେଖାଯାଉ ହେଡକ୍ୱାର୍ଟସର ଦାୟିତ୍ବବାନ ଅଧିକାରୀ ସବୁ କ୍ଷେତ୍ରରେ ଆଗୁଆ ନା କେତକ ସୁହାଇଲା ପରି କାର୍ଯ୍ୟରେ ଆଗୁଆ ବୋଲି ଯାହା ସାଧାରଣରେ ଲୋକେ ଆଲୋଚନା କରନ୍ତି।

Leave a Reply

Your email address will not be published. Required fields are marked *