ଅପରାଧ

ଭୁଲ ଇଂଜେକସନ ଯୋଗୁଁ ୬ବର୍ଷର ଝିଅର ମୃତ୍ୟୁ


ନିମାପଡ଼ା : ସ୍ବାସ୍ଥ୍ୟକେନ୍ଦ୍ର ରେ ଭୁଲ ଇଂଜେକସନ ଦେବା ଯୋଗୁଁ ଛଅ ବର୍ଷର ଝିଅର ମୃତ୍ୟୁ ଘଟଣା ର ଏକ ବର୍ଷ ପରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ଅସ୍ତରଙ୍ଗ ଥାନା ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ର ର ଦୁଇଜଣ ଡାକ୍ତରଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ଘଟଣା ଏବେ ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଗତବର୍ଷ ଅକ୍ଟୋବର ମାସରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟସୁନ୍ଦରପୁର ଗାଁ ର ସୁକାନ୍ତ ସେନାପତି ଙ୍କ ଛଅ ବର୍ଷର ଝିଅ ରଶ୍ମିତାକୁ ଜ୍ବର ହୋଇଥିଲା। ରଶ୍ମିତାକୁ ଦେଖି କାକଟପୁର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ସେହି ଗାଁର ମନୋଜ କୁମାର ଦଳେଇ ରଶ୍ମିତାକୁ ଏକ ଇଂଜେକସନ ଦେଇଥିଲେ । ଇଂଜେକସନ ଦେବାର ପାଞ୍ଚ ମିନିଟ ପରେ ରଶ୍ମିତା ଚିତ୍କାର କରି ଚେତାଶୂନ୍ୟ ହୋଇଯାଇଥିଲା । ମନୋଜ ରଶ୍ମିତାକୁ ତାର ବାପା ସହ ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ମୁଜାଫର ଖାନ ରଶ୍ମିତାକୁ ଆଉ ଦୁଇଟି ଇଞ୍ଜେକ୍ସନ ଦେଇ ସୁକାନ୍ତଙ୍କୁ ଆଶ୍ୱାସନା ଦେଇଥିଲେ । ପରେ ଦେଢ଼ ଘଣ୍ଟା ପରେ ଡାକ୍ତର ରଶ୍ମିତାକୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରୀତମ ପରିତୋଷ ପାତ୍ର ରଶ୍ମିତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ସମୟରେ ସୁକାନ୍ତଙ୍କ ପତ୍ନୀଙ୍କ ଦେହ ଗୁରୁତର ହେବାରୁ ସୁକାନ୍ତ ଗାଁକୁ ଯାଇଥିବା ବେଳେ ଡାକ୍ତର ମୃତଦେହ ବ୍ୟବଛେଦ ନକରି ସୁକାନ୍ତ ଙ୍କ ବଡଭାଇ ଓ ଫାର୍ମାସିଷ୍ଟ ମନୋଜକୁ ମୃତଦେହ ହସ୍ତାନ୍ତର କରିଦେଇଥିଲେ । ପରିବାରକୁ କ୍ଷତିପୂରଣ ଦିଆଯିବା ପ୍ରତିଶୃତି ଦେଇ ମନୋଜ କିଛି ଗ୍ରାମବାସୀ ଓ ତାର ସମ୍ପର୍କୀୟ ଙ୍କ
ସହାୟତାରେ ରଶ୍ମିତାର ଶବ ସତ୍କାର କରିଦେଇଥିଲେ । ଗୋଟେ ପଟେ ଝିଅର ମୃତ୍ୟୁ ଘଟଣା ଆଉ ଗୋଟେ ପଟେ ସ୍ତ୍ରୀ ମାନସିକ ଭାରସମ୍ୟ ହରାଇବା ଘଟଣାରେ ଭାଙ୍ଗି ପଡିଥିବା ସୁକାନ୍ତ ଅସ୍ତରଙ୍ଗ ପୁଲିସ ରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି ପଦକ୍ଷେପ ନେଇନଥିଲା । ଫଳରେ ସେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଘଟଣା ର ବିଚାର କରି ଭୁଲ ଇଜେକ୍ସନ ଦେଇଥିବା ସମ୍ପୃକ୍ତ ଫାର୍ମାସିଷ୍ଟ ମନୋଜ ଦଳେଇ ଓ ଦୁଇ ଡାକ୍ତରଙ୍କ ସମେତ ରଶ୍ମିତା ର ମୃତଦେହ ସତ୍କାର କରିଥିବା ଗ୍ରାମବାସୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଅସ୍ତରଙ୍ଗ ଥାନା ପୋଲିସ ୩୦ରୁ ଉର୍ଦ୍ଧ ଲୋକଙ୍କ ନାଁରେ ମାମଲା ରୁଜ କରିଛି । ଏହି ଘଟଣା ଏବେ ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *