ମୁଖ୍ୟ ଖବର

ଦୁଇଶହ ଫୁଟ ଲମ୍ବରେ ଦବିଲା ଦେବୀ ନଦୀବନ୍ଧ ରାସ୍ତା


ନିମାପଡ଼ା: ପୁରୀ ଜିଲ୍ଲା କାକଟପୁର ଜଳସମ୍ପଦ ବିଭାଗ ଅଧୀନରେ ଥିବା ଦେବୀ ନଦୀର ସମ୍ବେଦନଶୀଳ ବନ୍ଧ ଭାବେ ଜଣାଶୁଣା ବାଉରିଆକଣ ଠାରୁ ଖଣ୍ଡାସାହି ମଧ୍ୟରେ କୋଟି କୋଟି ଟଙ୍କାରେ ନଦୀବନ୍ଧ ସ୍ଵଦୃଢ଼ୀକରଣ ଯୋଜନାରେ ମାତ୍ର ବର୍ଷେ ହେଲା ନିର୍ମିତ ନଦୀବନ୍ଧ ପିଚୁ ରାସ୍ତା ବିଭିନ୍ନ ସ୍ଥାନରେ ଦବି ଯାଇଥିବା ଦେଖାଯାଇଛି । ବିଶେଷକରି ବାଉରିଆକଣ ଠାରେ ବନ୍ଧର ଦୁଇଶହ ଫୁଟ ଲମ୍ବର ପିଚୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଦବିଯାଇଛି । ତେବେ ମାଟିବନ୍ଧର ନିମ୍ନମାନର କାର୍ଯ୍ୟ ସଠିକ କମ୍ପାକ୍ସନ କରାନଯାଇ ରାସ୍ତା ନିର୍ମାଣ ଯୋଗୁଁ ବନ୍ୟା ଜଳ ଛାଡିବା ପରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ଶିଶିର ମିଶ୍ର ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ରାସ୍ତା କାମ ନିମ୍ନମାନର ହୋଇ ବ୍ୟପକ ପିସି କାରବାର ଏକ ମୁଖ୍ୟ କାରଣ ବୋଲି ଅଭିଯୋଗ ହେଊଛି l ଜଲସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କୌଣସି କାର୍ଯ୍ୟ ନ ଦେଖି ପିସି କାରବାରକୁ ପ୍ରୋତ୍ସାହନ ଦେଉଥିବାରୁ ଡିଭିଜନରେ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି l ନିମାପଡା, ଗୋପ, କାକଟପୁର ରେ ରାସ୍ତା ଓ ମରାମତି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ହେଉଛି ଯାହାର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବାକୁ ସାଧାରଣରେ ଦାବି ମଧ୍ୟ ହେଊଛି l ତୁରନ୍ତ ବନ୍ଧ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *