ରାଜ୍ୟ

ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବିନା ଟଙ୍କାରେ ଚକ ଗଡୁନି

ଯୋଡ଼ା : ଖଣି ବିଭାଗର ଇତିହାସ ପୂର୍ବରୁ ଯାହା କୁହେ,ତାହା ଏବେବି ମଧ୍ୟ ଜାରି ରହିଛି ।ତେବେ ଖଣି ବିଭାଗରେ ସେପରି କୌଣସି ପରିବର୍ତ୍ତନ ଆସିପାରି ନାହିଁ।ପୂର୍ବ ଅପେକ୍ଷା ଏବେ କୌଣସି କାର୍ଯ୍ୟ କରିବାକୁ ହେଲେ,ଟଙ୍କା ବିନା ସମ୍ଭବ ନୁହଁ ବୋଲି ଏକ ଖବର ପଦାକୁ ଆସି ଅନେକ ପ୍ରମାଣିତ କରେ।ଦୀର୍ଘ ବର୍ଷର ବିଭାଗରେ ସେପରି କୌଣସି ସ୍ୱଚ୍ଛତା ଆସିବା ଦୁର କଥା ସୁଧାର ମଧ୍ୟ ଆସି ପରିଲାନାହିଁ।ଯେଉଁ କଥା ସମଗ୍ର ଖଣିବାସୀ,ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ମାଲୁମ ଯେ ଭିତରେ ଭିତରେ କଣ ଚାଲିଛି ତେବେ।ତଥାବି କେତେକ ଅଫିସରଙ୍କ କଥା ଭାରି ନିଆରା ଭଳି ମନେ ହୁଏ,ଯେପରିକି ଅଭିନବ ଉପାୟ ବାହ୍ୟ ଜଗତକୁ ପଦର୍ଶନି କରିବା,ଭିନ୍ନ ରୂପ ଦେଖାଇ,ଭିତରେ ଭିତରେ ଖୋଳ କିନ୍ତୁ ଉପରେ ଉପରେ ଭାରି ଚିକଣ। ତେବେ ସୂଚନା ଯୋଗ୍ୟ ଯୋଡ଼ା ସ୍ଥିତ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ଗତ କିଛି ଦିନ ଭିତରେ ଅନେକ ଭିନ୍ନତା ଆସିଥିବା ବେଳେ ବିଭାଗରେ ଅବସ୍ଥାପିତ କେତେକ କର୍ମଚାରୀ ବିନା ପଇସାରେ କାର୍ଯ୍ୟ କରିବାକୁ ଭଲ ପାଉନଥିବାର ଖବର ସ୍ଥାନୀୟ ଅଞ୍ଚଳରେ ପୁଣି ଏକ ଚର୍ଚ୍ଚାର ବିଷୟ ହୋଇଛି।ତେବେ ଘଟଣା ଯାହା ଖଣି ଖାଦାନରେ କର୍ଯ୍ୟପ୍ରଣାଳି ତଥା ଖଣିର ସୁଚାର କାର୍ଯ୍ୟ ନିମନ୍ତେ ଯୋଡ଼ା ସ୍ଥିତ ବନେଇକଳା ଠାରେ ରାଜ୍ୟସରକାରଙ୍କ ଖଣି ବିଭାଗର ଦୁଇଟି ବିଭାଗ ରହିଥିବାର ଦେଖିବାକୁ ମିଳେ।ଗୋଟିଏ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟଟି ସେହିପରି ଉପନିର୍ଦେଶକ ରସାୟନିକ ବିଶ୍ଳେଷଣଙ୍କ ବିଭାଗ। ପୂର୍ବରୁ ମଧ୍ୟ ବାରମ୍ବାର ଉପନିର୍ଦେଶକ ରସାୟନ ବିଶ୍ଳେଷଣ ବିଭାଗଟିରେ ନାନାଦି ଅନୀତି ଅଭିଯୋଗ ପରେ ମଧ୍ୟ ଆଜି ଯାଏ,ଭୁବନେଶ୍ୱର ସ୍ଥିତ ଖଣି ବିଭାଗର ନଅ ତାଲା ବିଶିଷ୍ଟ କାର୍ଯ୍ୟାଳୟରେ ଅବସ୍ଥାପିତ ଅଧିକାରୀଙ୍କୁ ଯେତେ ସୂଚନା ତଥା ଅଜ୍ଞ କରିଲେ ମଧ୍ୟ ସେ ରାଜ୍ୟ ସରକାରଙ୍କ ବେତନ ନେବାରେ ପ୍ରଥମେ କିନ୍ତୁ ଅନୀତି ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାହସ କରୁନଥିବା ବେଳେ ଭିତିରିଆ କେଉଁ ଉଭୟଙ୍କ ମଧ୍ୟରେ ଯୋଗସୂତ୍ର ରହିଛି ଯେ ପଦକ୍ଷେପ ନେବାରେ ଶୁନ।ଭୁବନେଶ୍ୱର ସ୍ଥିତ ନଅ ତାଲାରେ ନିଯୋଗ ଅଫିସର ଶ୍ରୀ ସୁକାନ୍ତ ମିଶ୍ର କେଉଁ କାରଣରୁ ଫୋନ ଉଠାଉ ନଥିବା ବେଳେ ଶ୍ରୀ ମିଶ୍ରଙ୍କ ଠାରେ ସାନ୍ଧ୍ୟହ ବେସ ଘନୀଭୂତ ହେଉଥିବା ବେଳେ ଶ୍ରୀ ସଲିଳ ବେହେରାଙ୍କୁ(ଜେ.ଡି.ଏମ)ଏପରିକି ବାରମ୍ବାର ନିର୍ଦେଶକ ଶ୍ରୀ ଜି ରଜେଶଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ଦୀର୍ଘ ଦିନ ପରେ ମଧ୍ୟ ମିଳିପାରିଲା ନାହିଁ।ତେବେ ରାଜଧାନୀର ଉକ୍ତ ଅଧିକାରୀ ରାଜ୍ୟ ସରକାରଙ୍କ କେବଳ ମୋଟା ଅଙ୍କର ବେତନ ନେବାକୁ ବସିନାହାନ୍ତି ବୋଲି ଭୁଲି ନଯାଆନ୍ତୁ।ଯଦି ଆଗାମୀ ଦିନରେ ଖଣି ଖାଦାନ ଏବଂ ଖଣି ଅଞ୍ଚଳ ପ୍ରତି ଏଭଳି ଦୁଃସାହସ ଯଦି କୌଣସି ଖଣି ବିଭାଗର ତଳୁ ଆରମ୍ଭ କରି ବଡ଼ିଆ ଅଫିସର ଯଦି କରନ୍ତି ତେବେ ବିଭାଗକୁ କେବଳ ସଜାଡିବାକୁ ହେଲେ ଖଣି ମନ୍ତ୍ରୀ କିମ୍ବା ୫ଟି ସଚିବଙ୍କ ଆବଶ୍ୟକତା ନିତ୍ୟାନ୍ତ ବୋଲି ବୁଦ୍ଧିଜୀବି ଦାବୀ କରନ୍ତି।

Leave a Reply

Your email address will not be published. Required fields are marked *