ଅପରାଧ

ଠିକାଦାର ଓ ରିଅଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ପାଖରୁ ମିଳିଲା ୯୪ କୋଟି ନଗଦ, ୮ କୋଟିର ଅଳଙ୍କାର

ବେଙ୍ଗାଲୁରୁ :  କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୋମବାର କହିଛି ଯେ ଆୟକର ବିଭାଗ କର୍ଣ୍ଣାଟକ ଏବଂ ଅନ୍ୟ  କେତେକ ରାଜ୍ୟରେ ସରକାରୀ କାମ କରୁଥିବା କେତେକ ଠିକାଦାର ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ନଗଦ ୯୪ କୋଟି ଟଙ୍କା, ୮ କୋଟି ଟଙ୍କାର ସୁନା ଏବଂ ହୀରା ଅଳଙ୍କାର ଏବଂ ବିଦେଶରେ ତିଆରି ହୋଇଥିବା ୩୦ଟି ଦାମୀ ଘଡ଼ି ଜବତ କରିଛି। ଅକ୍ଟୋବର ୧୨ତାରିଖରେ ବେଙ୍ଗାଲୁରୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର କେତେକ ସହରର ୫୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ପ୍ରାୟ ୯୪ କୋଟି ନଗଦ ଟଙ୍କା, ୮ କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ଜବତ କରାଯାଇଛି। ଏକ ଘରୋଇ କମ୍ପାନିରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ମୋଟ ୩୦ଟି ବିଦେଶୀ ଦାମୀ ଘଡ଼ି ଜବତ କରାଯାଇଛି। ଘଡ଼ି ବ୍ୟବସାୟ ସହ ଉକ୍ତ ବ୍ୟକ୍ତିଙ୍କ କୌଣସି ସମ୍ପର୍କ ନାହିଁ।

ଏହି ଚଢ଼ାଉରେ ‘ଆୟବହିର୍ଭୁତ ନଗଦ ଟଙ୍କା’ ମିଳିବା ଘଟଣାକୁ ନେଇ କର୍ଣ୍ଣାଟକରେ ଶାସକ କଂଗ୍ରେସ ଓ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ରାଜ୍ୟ ବିଜେପି ସଭାପତି ନଲିନ କୁମାର କଟେଲ ଚଢ଼ାଉରେ ଜବତ ହୋଇଥିବା ଟଙ୍କା କଂଗ୍ରେସ ସହ ଜଡିତ ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି।

ଠିକାଦାର ଓ ସେମାନଙ୍କ ସହଯୋଗୀଙ୍କ ଘର ଉପରେ ଚଢ଼ାଉ ବେଳେ ଅପରାଧରେ ସମ୍ପୃକ୍ତି ସମ୍ପର୍କିତ ଅନେକ ପ୍ରମାଣ ମିଳିଛି, ଯେଉଁଥିରେ କାଗଜପତ୍ର ଓ ସେମାନଙ୍କ ହାର୍ଡ କପି, ଡିଜିଟାଲ ଡାଟା ରହିଛି ବୋଲି ଆୟକର ବିଭାଗ ସୁତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *