ଦେଶ- ବିଦେଶ

ଚଳନ୍ତା କାର୍‌ ଉପେରେ ଖୋଲାଖୋଲି ରୋମାନ୍ସ

ହାଇଦ୍ରାବାଦ : ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହା ଅନେକ ସମୟରେ ଆଶ୍ଚଯ୍ୟ କରିଦେଲା ଭଳି ମନେହୁଏ। ତେବେ ବର୍ତ୍ତମାନ ହାଇଦ୍ରାବାଦ୍‌ରେ ଏକ ଚଳନ୍ତା କାର ଉପରେ ଦମ୍ପତି ରୋମାନ୍ସ କରୁଥିବା ନଜର ଆସିଛି। ଜଣେ ଛାତ୍ରୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ପୂର୍ବରୁ ଏପରି ଏକ ଭିଡିଓ ଲକ୍ଷ୍ନୌରେ ଖେିବାକୁ ମିଳିଥିଲ। ଏକ କାରର ଉପର କଭର ଖୋଲି ପରସ୍ପରକୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।
ଭାଇରାଲ ଭିଡିଓଟି (@ଧରନି ବିଆରଏସ୍‌) ନାମକ ଜଣେ ଉପଭୋକ୍ତା ଦ୍ୱାରା X ସୋସିଆଲ ମିଡିଆରେ ଶେୟାର କରାଯାଇଛି। କ୍ୟାପଶନରେ ହାଇଦ୍ରାବାଦ ପୋଲିସକୁ ଟ୍ୟାଗ କରି ସେ ଲେଖିଛନ୍ତି – ଅସୁରକ୍ଷିତ ଗାଡ଼ି ଚଳାଇବା ଏବଂ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ପାଇଁ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରୁଛି। କ୍ୟାପଶନ ଅନୁଯାୟୀ, ଏହି ଭିଡିଓ ହାଇଦ୍ରାବାଦରୁ ଆସିଛି। କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *