ବାଣିଜ୍ୟ

ଜେଏସପି କାସିଆ ଖଣି ଦ୍ୱାରା ଅମୃତ କଳସ ଶୋଭା ଯାତ୍ରା

ଯୋଡା/ ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର କାସିଆ ମାଇନ୍ସରେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ମେରି ମାଟି ମେରା ଦେଶ’ ଏବଂ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଜେଏସପିର କର୍ମଚାରୀ, ବରିଷ୍ଠ ଅଧିକାରୀ ଏବଂ ନିକଟସ୍ଥ ଗ୍ରାମବାସୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ । ସକାଳ ୮.୦୦ ଘଟିକା ସମୟରେ ସୂଚନା ଭିତ୍ତିକ ପ୍ଲାକାର୍ଡ଼ ଓ ପୋଷ୍ଟର ଏବଂ ଅମୃତ କଳସର ଶୋଭାଯାତ୍ରା କଲୋନି ଠାରୁ ଅରମ୍ଭ ହୋଇ ଏବଂ କାସିଆ ଖଣି ପରିସରକୁ ଯାଇଥିଲା ।

ସେଠାରେ ଉପସ୍ଥିତ ଅଧିକାରୀ ଯଥା ମାଇନ୍ସ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଯଥା ସନ୍ତୋଷ ଚୌଧିରୀ, ରଣଜିତ୍ ଚୌଧିରୀ, ରାଜନୀଶ ଚର୍ତୁବେଦୀ ଇତ୍ୟାଦି ଉପସ୍ଥିତ ରହି ଭୂମି ପୂଜନ କରି ମୃତ୍ତିକା ସଂଗ୍ରହ କରିବା ସହିତ ବିଭିନ୍ନ ବୃକ୍ଷ ଚାରାକୁ ଅମୃତ କଳସରେ ସ୍ଥାପନା କରିଥିଲେ । ପରେ ସେଠାରୁ ବହୁ ଆନନ୍ଦ ଉଲ୍ଲାସରେ ସମସ୍ତେ ‘ମେରି ମାଟି ମେରା ଦେଶ’ର ସ୍ଲୋଗାନ ସହ କଲୋନି ଅଭିମୁଖେ ଯାତ୍ରା କରିଥିଲେ । ଏହି ପରିପ୍ରେଖିରେ ଶ୍ରୀ ପାତ୍ର ଓ ଶ୍ରୀ ମହାନ୍ତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏହି ଅମୃତ କଳସ ଯାତ୍ରାର ଉଦ୍ଧେସ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଆମ ଦେଶ ମାତୃକାର ସୁରକ୍ଷା ପାଇଁ ଯେଉଁ ବିରପୁତ୍ର ମାନେ ବଳିଦାନ ଦେଇଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଇଣ୍ଡିୟାନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ) ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରିବାକୁ କାସିଆ ମାଇନ୍ସକୁ ଚୟନ କରାଯାଇଥିଲା l କାର୍ଯ୍ୟକ୍ରମ ପରେ ସମ୍ମାନର ସହ ଅମୃତ କଳସ ଦୁଇଟିକୁ ଭୁବନେଶ୍ୱର ସ୍ଥିତ ଆଇବିଏମ କାର୍ଯ୍ୟାଳୟକୁ ପଠା ଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ମାନବ ସମ୍ବଳ ବିଭାଗର ଶ୍ରୀ ଚନ୍ଦ୍ର ଶେଖର ମିଶ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *