ମୁଖ୍ୟ ଖବର

ଦମ୍ପତିଙ୍କ ଗଳାକାଟି ହତ୍ୟା

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମରେ ବିଳମ୍ବିତ ରାତିରେ ଦମ୍ପତିଙ୍କ ଗଳା କାଟି ହତ୍ୟା କରାଯାଇଛି।  ରାତିରେ ଏହି ଗ୍ରାମର ବୁଦ୍ଧିରାମ ବେହେରାଙ୍କ ପୁଅ ରଘୁନାଥ ବେହେରା ଏବଂ ତାଙ୍କ ସ୍ତ୍ରୀ ପ୍ରଭାତୀ ବେହେରା ଘରୁ ଖାଇବା ପରେ ଘରଠାରୁ ଅନତି ଦୂରରେ ଥିବା କୁକୁଡ଼ା ଫାର୍ମକୁ ପ୍ରତିଦିନ ଭଳି ଶୋଇବାକୁ ଆସିଥିଲେ।କିଛି ସମୟ ପରେ ଆବାଜ ଶୁଣି ପାଖ ଲୋକ ଫାର୍ମ ନିକଟରେ ପହଞ୍ଚି ଉଭୟଙ୍କ ଗଳାକାଟି ହତ୍ୟା କରିଥିବା ଦେଖିବାକୁ ପାଇ ସୋର ପୁଲିସକୁ ଖବର ଦେଇଥିଲେ। ସୋର ଥାନାଧିକରିଣୀ ସୁଜାତା ଖମାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ ତାଙ୍କୁ ଏଭଳି ନିର୍ମମ ହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଆଜି ସକାଳେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *