ରାଜ୍ୟ

କଂଗ୍ରେସ ନେତାଙ୍କ ପରଲୋକ

ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ବ୍ଲକ କଂଗ୍ରେସ କମିଟିର ଉପ ସଭାପତି ତଥା ଜଣାଶୁଣା ଲଢୁଆ ନେତା ଉଲ୍ଲାସ ଚନ୍ଦ୍ର ବେହେରା ୫୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।
ତାଙ୍କ ଅକାଳ ବିୟୋଗ ଖବର ପାଇ ତାଙ୍କ ବାସଭବନରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ କମିଟି ସଭାପତି ଅଦ୍ଵୈତ କୁମାର ଜେନା, ସରପଞ୍ଚ ଭଗତ ତାରେଣିଆ,ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ କୁମାର ସାମନ୍ତରାୟ, ଅବନୀକାନ୍ତ ମହାରଣା, ନିରଞ୍ଜନ ସେନ, ବିଷ୍ଣୁ ସ୍ବାଇଁ,ଦେବେନ୍ଦ୍ର କୁମାର ବେହେରା,ବିଦ୍ୟାଧର ବାରିକ, ସୁଦର୍ଶନ ବେହେରା,ରୁଦ୍ର ପ୍ରସାଦ ବାରିକ, କ୍ଷେତ୍ରମୋହନ ମଲ୍ଲିକ, ରାକେଶ ସ୍ବାଇଁ, ଅଶୋକ ପ୍ରଧାନ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *