ମୁଖ୍ୟ ଖବର

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ ବଢ଼ିଲା

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ବଢ଼ିଛି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ ନିକଟରେ ବିବାହ ପାଇଁ ବିଜୟ ଶଙ୍କର ଓ ଅନ୍ୟ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିବା ବେଳେ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ସେମାଲିକା ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ବିବାହ ପଞ୍ଜୀକରଣ ପାଇଁ ବିଜୟ ଶଙ୍କର ଦରଖାସ୍ତ କରିଥିବା ସୂଚନା ମିଳିବା ପରେ ସୋମାଲିକା ଅକ୍ଟୋବର ୭ରେ ମ୍ୟାରେରଜ ଅଫିସରଙ୍କ ନିକଟରେ ଲଖିତ ଆପତ୍ତି ଦାଖଲ କରିଥିଲେ। ବିଜୟ ଶଙ୍କରଙ୍କ ଦରଖାସ୍ତ ଖାରଜ ପାଇଁ ସେ ନିବେଦନ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ରେ ସୋମାଲିକା କଚେରି ଛକ ନିକଟ ଜିଲ୍ଲା ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟ‌ାଳୟକୁ ବ୍ୟକ୍ତିଗତ ଭାବେ ଯାଇ ଆପତ୍ତି ଦାଖଲ କରିଥିଲେ। ବିବାହ ଆବେଦନ ସହିତ ବିଜୟ ଶଙ୍କର ଦେଇଥିବା ଡକୁମେଣ୍ଟ, ଠିକଣା, ବୟସ ଭୁଲ ବୋଲି ସୋମାଲିକା ଅଭିଯୋଗ କରିଥିଲେ। ୮ ମାସ ତଳେ ତାଙ୍କ ସହିତ ବିଜୟ ଶଙ୍କର ବିବାହ ପାଇଁ ଦରଖାସ୍ତ କରିଥିଲେ। ଏହାପରେ ତାଙ୍କ ବିରୋଧରେ ସଂଗୀନ ଦଫାରେ ଜଗତସିଂହପୁର ଥାନାରେ ମାମଲା ହୋଇଥିଲା। ଏହି ମାମଲା ଏ ପର୍ଯ୍ୟନ୍ତ ସରି ନାହିଁ। ଏଭଳି ସ୍ଥିତିରେ ପୁଣି ବିଜୟ ଶଙ୍କରଙ୍କୁ କେଉଁ ପରିସ୍ଥିତିରେ ବିବାହ ପାଇଁ ପୁଣି ଆବେଦନ କରିବାକୁ ଅନୁମତି ଦିଆଯାଇଛି ବୋଲି ସେମାଲିକା ସେତେବେଳ ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *