ରାଜ୍ୟ

ରାସ୍ତା ମରାମତି ପାଇଁ ଦାବିପତ୍ର ପ୍ରଦାନ


ନିମାପଡ଼ା: କୋଣାର୍କ ଏନ୍ ଏ ସି ଅଧିନରେ ଥିବା ବିଭିନ୍ନ ୱାର୍ଡ ଗୁଡ଼ିକର ରାସ୍ତା, ଆଲୋକ ଏବଂ ପାନୀୟ ଜଳ ଯୋଗାଣ, ଡ୍ରେନଜ ଆଦି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ୱାର୍ଡ ଗୁଡ଼ିକର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିର୍ବାଚିତ ଜନପ୍ରତିନିଧି ଏହି ସମସ୍ୟା ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି।କୋଣାର୍କ ଏନ୍ ଏ ସି ରେ ଥିବା ୧୩ଗୋଟି ୱାର୍ଡ ମଧ୍ୟରୁ ୧୦ନଂ ୱାର୍ଡଟି ପ୍ରମୁଖ ୱାଡରୂପେ ପରିଚିତ। ଏହି ୱାର୍ଡରେ ଥାନା, ରେଞ୍ଜ ଅଫିସ, ବ୍ୟାଙ୍କ୍,ସ୍କୁଲ, କଲେଜ ସମେତ ଏନ୍ ଏ ସି କାର୍ଯ୍ୟାଳୟ ଅବସ୍ଥିତ। ହେଲେ ଏହି ୱାର୍ଡରେ ଥିବା ବିଭିନ୍ନ କଲୋନୀରେ ଥିବା ରାସ୍ତା ଗୁଡ଼ିକ ଏବେ ମରଣଯନ୍ତା ପାଲଟିଛି। ଡ୍ରେନଜ୍ ସୁବିଧା ନଥିବାରୁ ବର୍ଷା ଦିନେ ଘରେ ପାଣି ପଶିବା ପରି ସମସ୍ୟା ଦେଖା ଦେଇଥାଏ। ଏମିତି କି ରାସ୍ତା ପାର୍ଶ୍ବରେ ସଠିକ୍ ଆଲୋକ ବ୍ୟବସ୍ଥା ନଥିବାରେ ଲୋକମାନେ ଅନ୍ଧାରରେ ଯିବାଆସିବା କରିଥାନ୍ତି। ଦୀର୍ଘଦିନ ଧରି ରାସ୍ତା ମରାମତି ନହେବାରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ସମସ୍ୟା ଦେଖାଦେଇଛି। ହେଲେ ଏହି ସବୁ ସମସ୍ୟାକୁ ଅଣଦେଖା କରାଯିବାରେ ଅଞ୍ଚଳର ଯୁବ ସାମ୍ବାଦିକ ଗଙ୍ଗାଧର ବେଉରା ଏନ୍ ଏ ସି ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାସ୍ତା ମରାମତି ପାଇଁ ଦାବି ପତ୍ର ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *