ମୁଖ୍ୟ ଖବର

ଅକ୍ଟୋବର ୨୦ରେ ବସ୍‌ ଧର୍ମଘଟ

ଭୁବନେଶ୍ବର: ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୨୦ ତାରିଖ ଠାରୁ ୨୯ ଯାଏଁ ବିଦ୍ୟାଳୟଗୁଡ଼ିକ ଛୁଟି ହେବ। ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ପୂଜା ସମୟରେ ଅବକାଶ ରହିବ। ଛୁଟି ସମୟରେ ଲୋକେ ଅନ୍ୟ ସ୍ଥାନକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଦୂର ସ୍ଥାନକୁ ଲୋକମାନେ ବସ୍‌ରେ ଯିବା ପାଇଁ ଚିନ୍ତା କରୁଥିବା ବେଳେ ଘରୋଇ ବସ୍‌ ମାଲିକ ସଂଘ ଆସନ୍ତା ୨୦ରେ ଧର୍ମଘଟ ଡକରା  ଦେଇଛି।ରାଜ୍ୟ ସରକାରଙ୍କ ଦ୍ବାରା ନିକଟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ମାଲିକମାନେ ଧର୍ମଘଟ ଡାକରା ଦେଇଛନ୍ତି। ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଏନେଇ ବୟାନ ଦେଇ କହିଛନ୍ତି, ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ। ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ। ଆମର ଇଚ୍ଛା ନଥିଲେ ବି ବନ୍ଦ ନିଷ୍ପତ୍ତି ନେଇଛୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ। ବନ୍ଦ ନିଷ୍ପତ୍ତି ପାଇଁ ଆମେ ଲୋକଙ୍କୁ କ୍ଷମା ମାଗୁଛୁ। ପୂଜା ବେଳେ ଧର୍ମଘଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ପୂଜା ସହ ବନ୍ଦର କୌଣସି ସମ୍ପର୍କ ନାହିଁ। ନୂଆ ବସ ଦେବାକୁ ଆମକୁ କୁହାଗଲା। ଆମେ କେଉଁଠୁ ଟଙ୍କା ଆଣି ନୂଆ ବସ୍‌ ଯୋଗାଇବୁ।

Leave a Reply

Your email address will not be published. Required fields are marked *