ମହାନଗର

ଦେଢ଼ କୋଟି ନେଇଗଲେ ସାଇବର ଲୁଟେରା

ଭୁବନେଶ୍ବର: ମାସକରେ ରାଜଧାନୀରୁ ପାଖାପାଖି ଦେଢ଼ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର୍‌ ଠକ। ଗତ ଫେବ୍ରୁଆରି ମାସରେ ରାଜଧାନୀର ୩୩୫ଟି ସାଇବର ଠକେଇ ମାମଲା ହୋଇଛି। ସର୍ବାଧିକ ୧୫୦ଟି ୟୁପିଆଇଜନିତ ଠକେଇ, ୧୦୮ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୫୦ଟି ସାମାଜିକ ଗଣମାଧ୍ୟମ ଜନିତ ଏବଂ ୨୭ଟି ଅନ୍‌ଲାଇନ୍‌ ଠକେଇ ଜନିତ ଅଭିଯୋଗ ରହିଛି। କିନ୍ତୁ ସାଇବର୍‌ ଥାନା ମାତ୍ର ୫ଟି ମାମଲା ରୁଜୁ କରିଛି। ସେହିପରି ଠକେଇର ପରିମାଣ ୧ କୋଟି ୪୪ଲକ୍ଷ ୪ହଜାର ଟଙ୍କା ରହିଥିବା ଜଣାଯାଇଛି। ତେବେ ପୁଲିସ ଠକଙ୍କ କବଳରୁ ୩୨ଲକ୍ଷ ୬୨ହଜାର ୮୩୩ଟଙ୍କା ଫେରସ୍ତ ଆଣିବା ବ୍ୟତୀତ ଅନ୍ୟ କିଛି ସଫଳତା ହାସଲ କରିପାରିନାହିଁ। ଠକେଇର ଶିକାର ହୋଇଥିବା ଲୋକଙ୍କୁ ୧୦ଲକ୍ଷ ୧୩ହଜାର ୧୭୭ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୨୨ଲକ୍ଷ ୪୯ହଜାର ୬୫୬ ଟଙ୍କା ବ୍ଲକ୍‌ କରାଯାଇଛି।

Leave a Reply

Your email address will not be published. Required fields are marked *