ସାହିତ୍ୟ

ସୃଜନୀ, ହୀରାକୁଦର “ନୂଆଖାଇ”ଭେଟଘାଟ


ହୀରାକୁଦ : ସୃଜନୀ ହୀରାକୁଦ ତରଫରୁ “ନୂଆଖାଇ ଭେଟଘାଟ – ୨୦୨୩” ସ୍ଥାନୀୟ ହୀରାକୁଦ ଟାଉନ ହଲରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ହିଣ୍ଡାଲକୋର ସି.ଏସ.ଆର. ମୁଖ୍ୟ ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ସମାଜସେବୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦାଶ, ସମ୍ମାନିତ ଅତିଥି ହିଣ୍ଡାଲକୋର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ସାହୁ, ସୃଜନୀର ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ପଣ୍ଡା, ସୃଜନୀର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ରୀୟ ଦାଶ, ସୃଜନୀ ଏକାଡେମୀର ଅଧ୍ୟକ୍ଷ୍ୟା ଶ୍ରମତୀ ସବିତା ପାଣିଗ୍ରାହୀ ଏବଂ ସୃଜନୀର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ ପୂର୍ବକ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ତଥା ସଭାକାର୍ଯ୍ୟ ପରିଚାଳନା ଶ୍ରୀଯୁକ୍ତ ବୀରେନ୍ଦ୍ର ନାରାୟଣ ଜେନା କରିଥିବା ବେଳେ ଶ୍ରୀଯୁକ୍ତ ବୈକୁଣ୍ଠ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନଙ୍କ ଅଭିଭାଷଣ ପରେ ପରେ ଅତିଥି ମାନଙ୍କ ଦ୍ୱାରା ହୀରାକୁଦ ତଥା ଆଖ ପାଖ ଗ୍ରାମର ସାତଜଣ ଚାଷୀ ଭାଇ ଏବଂ ନଗରର ଛଅଟି କଳା ଅନୁଷ୍ଠାନର ମୁଖ୍ୟ ମାନଙ୍କ ଦ୍ୱାରା କଳାକାର ମାନଙ୍କୁ ଟ୍ରଫି, ଉତ୍ତରୀୟ ଓ ସାର୍ଟଫିକେଟ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପରେ କଳାକାର ଶ୍ରୀଯୁକ୍ତ ଟୁଟୁ ହୋତାଙ୍କ ତତ୍ତ୍ୱାବଧାନରେ ଓ ଉଦଘୋଷିକା ସୁଶ୍ରୀ ଅମ୍ରିତା ସାହାଣୀଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ନୂଆଖାଇ ଭେଟଘାଟ – ୨୦୨୩ ଦର୍ଶକ ମାନଙ୍କ ଦ୍ୱାରା ଉପଭୋଗ୍ୟ ହୋଇଥିବା ବେଳେ କରତାଳିରେ ଟାଉନ ହଲ ପ୍ରକମ୍ପିତ ହୋଇ ଉଠିଥିଲା ।
——————-

Leave a Reply

Your email address will not be published. Required fields are marked *