ଦେଶ- ବିଦେଶ

୨୪ ଘଣ୍ଟାରେ ମଲେଣି ୧୨ ଜଣ

ଅହମ୍ମଦାବାଦ: ଗୁଜରାଟରେ ହଠାତ୍ ହୃଦଘାତ ମାମଲା ବଢ଼ିବା ଚିନ୍ତାର କାରଣ ପାଲଟିଛି। ବିଶେଷ କରି ଯୁବପିଢ଼ି ହୃଦଘାତର ଶିକାର ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହୃଦଘାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ରାଜ୍ୟରେ ଯୁବକଙ୍କ ମଧ୍ୟରେ ହୃଦଘାତ ମାମଲା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କାରଣରୁ ଏହା ହୋଇପାରେ, କିନ୍ତୁ କିଶୋର ଓ ଯୁବକମାନେ ଏହାର ଶିକାର ହେଉଥିବାରୁ ଚିନ୍ତା  ବଢିଯାଇଛି ।ରାଜକୋଟରେ ଜଣେ ୨୮ ବର୍ଷୀୟ ଯୁବକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ରାୟ ରୋଡରେ ଜଣେ ବିଲ୍ଡରଙ୍କୁ ହୃଦଘାତ ହୋଇଛି। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଉଭୟ ନବରାତ୍ରୀରେ ହେଉଥିବା ଗରବା ନୃତ୍ୟ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ ।

ସେହିପରି ଅହମ୍ମଦାବାଦର ହାତୀଜାନର ଗରବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦ୍ୱାରକା, ଗ୍ରେଟର ଅମ୍ବାଲା ଓ ରାମନଗରରେ ମଧ୍ୟ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୁରଟରେ ଗତ ୨୪ ଘଣ୍ଟା ମଧ୍ୟରେ ହୃଦଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଭଦୋଦରାର ହରନି ଅଞ୍ଚଳରେ ଗର୍ବା ଖେଳୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ଡାଭୋଇରେ ମଧ୍ୟ ଜଣେ ୧୩ ବର୍ଷୀୟ ବାଳକ ହୃଦଘାତରେ ପ୍ରାଣ ହରାଇଛନ୍ତି। ନବସାରୀରେ ଗର୍ବା ଖେଳୁଥିବା ଜଣେ ଯୁବକ ହୃଦଘାତରେ ପ୍ରାଣ ହରାଇଛନ୍ତି। ଆମରୋଲି, ଜାମନଗର ଓ ଦ୍ବାରକାରେ ବି ସମାନ ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *