ସାହିତ୍ୟ


।। ରାବଣ ମାନଙ୍କ ଦ୍ୱାରା ରାବଣ ପୋଡ଼ି ।।

କୃଷ୍ଣଚନ୍ଦ୍ର ପଣ୍ଡା
,,,,,,,,,,,,,,, ,,,,,,,,,,,,,,,,, ,,,,,,,,,,,,,
**
ସମାଜରୂପୀ ଏ ଗଢ଼ିଆ ଭିତରେ
ବହୁ ବୋରାଝାଞ୍ଜି ଦଳ
ପ୍ରତି ବର୍ଗଇଞ୍ଚ ମାଟିକୁ ଫାଡନ୍ତି
ରାବଣ ମାଳକୁ ମାଳ … !
ତ୍ରେତୟା ଯୁଗରୁ ଲଙ୍କାର ରାବଣ
ମଲାଣି ତା ଗନ୍ଧ ନାହିଁ
କୁଟା ବାଉଁଶର ରାବଣପୋଡି ଏ
ଭେଳିକି ଦେଖ ହେ ଭାଇ ।
ମେଞ୍ଚାମେଞ୍ଚା ଏଠି ରାବଣ ମିଶିକି
ପୋଡ଼ନ୍ତି ମିଛ ରାବଣ
ଦୁର୍ଗା ଖୋଜୁଛନ୍ତି ରାବଣକୁ ଏଠି
ରାବଣ ପେଟରେ ବାଣ …!!
ଭଣ୍ଡ ମାତିଛନ୍ତି ମଜା ଲୁଟୁଛନ୍ତି
କରୁଛନ୍ତି ପ୍ରହସନ
ଢ଼ୋ ଢା ଶବ୍ଦ ଶୁଣି ତରବରେ
ମାଆ କଲେଣି ପ୍ରସ୍ଥାନ ।
ଶିରା ପ୍ରଶିରାରୁ ରାକ୍ଷସର ରକ୍ତ
ଯେ ପର୍ଯ୍ୟନ୍ତ ହଟିନାହିଁ
ସେପର୍ଯ୍ୟନ୍ତ ରାମରାଜ୍ୟ ସ୍ବପ୍ନ ସତ୍ୟ
ହେଇନାହିଁ…ହବନାହିଁ … !!!
– ପାନପଦୀ , ବନ୍ତ , ଭଦ୍ରକ
ମୋ – ୭୦୭୭୪୩୩୮୬୬
………………….0……………………..

Leave a Reply

Your email address will not be published. Required fields are marked *