ଅପରାଧ

ରୋମିଓ ଛେଚାଖାଇଲେ

ବାଳକାଟୀ : ସବୁଦିନ କଲେଜ ନିକଟରେ ଉତ୍ପାତ କରୁଥିବା ୭ ଜଣ ରୋଡ୍‌ ରୋମିଓ ଆଜି ଲୋକଙ୍କ ହାତରେ ବହେ ଛେଚା ଖାଇବା ପରେ ସାବାଡ୍‌ ହୋଇଛନ୍ତି। କେବଳ ସେତିକି ନୁହେଁ, ଥାନାରେ ଆଣ୍ଠୁମାଡ଼ି, କାନଧରି କ୍ଷମା ମାଗିବା ସହ ଜରିମାନା ବି ଗଣିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ କିଛି ଦିନ ହେଲା ଓଡ଼ଖଣ୍ଡ କଲେଜ ନିକଟରେ ଉକ୍ତ ୭ଜଣ ଯୁବକ ସ୍ପିଡ୍‌ ବାଇକ୍ ଧରି ଉତ୍ପାତ କରୁଥିଲେ। ଛାତ୍ରୀମାନଙ୍କୁ ଅଶ୍ଳୀଳ କମେଣ୍ଟ୍‌ କରୁଥିଲେ। ଏମିତିକି ବଜାରକୁ ଆସୁଥିବା ମହିଳା ଓ ଯୁବତୀମାନେ ବି ସେମାନଙ୍କ ଅଶାଳୀନ ଆଚରଣର ଶିକାର ହେଉଥିଲେ। ମାତ୍ର ସେମାନଙ୍କୁ ବିରୋଧ କରିବାକୁ କାହାର ଜୁ’ ନଥିଲା। ତେବେ ମଙ୍ଗଳବାର ପୂର୍ବାହ୍ନରେ ଏହି ଗ୍ୟାଙ୍ଗ୍‌ର ଉତ୍ପାତ ସବୁ ସୀମା ଟପି ଯାଇଥିଲା। ସାହସ କରି କିଛି ଲୋକ ସେମାନଙ୍କୁ ଅଭଦ୍ରାମି ନକରିବାକୁ କହିଥିଲେ। କିନ୍ତୁ ସେମାନେ ପାଲଟା ଧମକଚମକ ଦେଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଲୋକମାନେ ସେମାନଙ୍କୁ ଘେରି ବହେ ଛେଚିବା ପରେ ପୁଲିସ ଜିମା ଦେଲେ। ପୁଲିସ ସେମାନଙ୍କ ବାଇକ୍‌ ଜବତ କରିବା ସହ ସେମାନଙ୍କୁ ଥାନାକୁ ନେଇଥିଲା। ଭବିଷ୍ୟତରେ ଆଉ କେବେ ସେମିତି କାଣ୍ଡ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ସେମାନେ କ୍ଷମା ମାଗିଥିଲେ।

Leave a Reply

Your email address will not be published. Required fields are marked *