ମୁଖ୍ୟ ଖବର

ଆଜି ଗଭୀର ଅବପାତରେ ପରିଣତ ହେବ ସୃଷ୍ଟ ଲଘୁଚାପ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏକ ଅବପାତରେ ପରିଣତ ହୋଇଛି ଓ ରବିବାର ସଂଧ୍ୟା ସୁଦ୍ଧା ପାରାଦୀପଠାରୁ ଦକ୍ଷିଣରେ ୬୦୦ କିଲୋମିଟର ଦୂରରେ ଥିଲା । ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଗତି କରୁଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।ଏହା ଆଜି ରାତି ( ଅକ୍ଟୋବର ୨୨) ସୁଦ୍ଧା ଏକ ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରଉପକୂଳ ନିକଟରେ ପହଞ୍ଚିବ ଓ ସେଠାରୁ ପୁଣି ଉତ୍ତର-ପୂର୍ବରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ଓ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ଓ ଝଟକା ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ୨୩ ତାରିଖ ପରଠାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପବନର ବେଗ ବଢିବ ଓ ତାହା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Leave a Reply

Your email address will not be published. Required fields are marked *