ଦେଶ- ବିଦେଶ

ଜାନୁଆରି ୨୨ରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଧର୍ମନଗରୀ ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ଆସନ୍ତା ୨୨ ଜାନୁଆରି ୨୦୨୪, ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟାରେ ବିରାଜମାନ ରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି ।ଏ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, “ଜୟ ସିୟାରାମ ! ଆଜିର ଦିନଟି ମୋ ପାଇଁ ବେଶ ଭାବପ୍ରବଣର ଦିନ। ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧିକାରୀମାନେ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଶ୍ରୀରାମ ମନ୍ଦିରରେ ପ୍ରାଣ-ପ୍ରତିଷ୍ଠା ଅବସରରେ ସେ ମୋତେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜେ ବହୁତ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ ମୁଁ ମୋ ଜୀବନକାଳରେ ଏହି ଐତିହାସିକ ଘଟଣାର ସାକ୍ଷୀ ହେବି ।

ରାମଜନ୍ମଭୂମି ଟ୍ରଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ ମନ୍ଦିରରେ ଉତ୍ସବ ପାଳନ କରାଯିବ ।  ସେହିପରି ରାମମନ୍ଦିର ପ୍ରତିଷ୍ଠା ଦିନ ମନ୍ଦିର ପରିସରକୁ ପ୍ରାୟ ୧୦ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ପେଜାୱାର ମଠର ପୂଜ୍ୟ ସ୍ୱାମୀ ମାଧବାଚାର୍ଯ୍ୟ, ପୁଣେର ଗୋବିନ୍ଦ ଦେବ ଗିରି ଜୀ ମହାରାଜ, ରାମଜନ୍ମଭୂମି ମନ୍ଦିର ନିର୍ମାଣ ସମିତିର ସଭାପତି ନୃପେନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଚମ୍ପତ ରାୟ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଯାଇଥିଲେ

Leave a Reply

Your email address will not be published. Required fields are marked *