ଦେଶ- ବିଦେଶ

ପାତାଲକୋଟ ଏକ୍ସପ୍ରେସରେ ଲାଗିଲା ନିଆଁ

ଆଗ୍ରା: ପାତାଲକୋଟ ଏକ୍ସପ୍ରେସରେ ଲାଗିଲା ନିଆଁ। ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁଲେ ଯାତ୍ରୀ। ଆଗ୍ରାସ୍ଥିତ ଭାଣ୍ଡଇ ରେଳ ଷ୍ଟେସନରେ ପାତାଲକୋଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ଟ୍ରେନଟି ମଥୁରାରୁ ଝାନ୍ସି ଆଡକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ମାତ୍ରେ ଚିତ୍କାର କରି କିଛି ଯାତ୍ରୀ ଝରକା ବାଟେ ଡେଇଁ ଜୀବନ ରକ୍ଷା କରିଥିଲେ।

ଘଟଣାଟି ବୁଧବାର ମଧ୍ୟାହ୍ନ ସମୟରେ ଘଟିଥିବା ବେଳେ ପାତାଲକୋଟ ଏକ୍ସପ୍ରେସର ୨ଟି ବଗିରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ, ନିଆଁ ଲାଗିବା ପରେ କିଛି ଯାତ୍ରୀ ଝରକା ବାଟେ ଡେଇଁ ଜୀବନ ରକ୍ଷା କରିଥିଲେ। ନିଆଁ ଲାଗିଥିବା ବିଷୟରେ ଜାଣିବା ପରେ ଲୋକୋ ପାଇଲଟ ତୁରନ୍ତ ଟ୍ରେନ ଅଟକାଇଥିଲେ। ଏହା ପରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଆସିବା ଭିତରେ ଯାତ୍ରୀମାନେ ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇଥିଲେ। ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି।

ଟ୍ରେନ ବଗିରେ ନିଆଁ ଲାଗିବା ଫଳରେ ସେହି ବାଟ ଦେଇ ଯିବାକୁ ଥିବ‌ା ଅନ୍ୟ ଟ୍ରେନର ସମୟ ବଦଳାଇ ଦିଆଯାଇଛି। ଏହା ସହ କିଛି ‌ଟ୍ରେନର ଗତିପଥ ମଧ୍ୟ ବଦଳାଇଛି ରେଳବାଇ। ତେବେ କିଭଳି ୨ଟି କୋଚରେ ନିଆଁ ଲାଗିଲା, ତାହା ଜାଣିବା ପାଇଁ ରେଳବାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *