ମୁଖ୍ୟ ଖବର

ଅନୁପ୍ରବେଶ କରୁଥିବା ୫ଜଣ ଆତଙ୍କବାଦୀଙ୍କୁ ନିପାତ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ଜଣ ଏସ୍କର-ଏ-ତଇବା ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ। ଆଜି ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି। ୫ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ।

ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଆଧାରରେ ଆଜି ସକାଳେ ମାସିଲ୍ ସେକ୍ଟରରେ ସେନା ସହ ଜମ୍ମୁ-କଶ୍ମୀର ପୁଲିସ ଓ ଗୁଇନ୍ଦା ଏଜେନ୍ସି ମିଳିତ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନରେ ୫ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏବେ ଆହୁରି ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ଆମେ ସର୍ଚ୍ଚ ଅପରେସନ ଜାରି ରଖିଛୁ। ଏପର୍ଯ୍ୟନ୍ତ କୌଣସି ଯବାନ ଆହତ ହୋଇନାହାନ୍ତି। ଭାରତ ପାଇଁ ଏହା ଏକ ବଡ଼ ସଫଳତା।

ଗତ ମାସରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *