ଅପରାଧ

ଫ୍ୟାନ୍‌ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଉତ୍ତରା ବେହେରା ସାହିରେ ନିରଞ୍ଜନ ବେ‌ହେରାଙ୍କ ସାନ ପୁଅ ଜ୍ଞାନରଞ୍ଜନ ବେହେରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ଜଣେ ଡ୍ରାଇଭର। ଆଜି ପୂର୍ବାହ୍ନରେ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟା‌ପିଟାଲ ହସ୍ପିଟାଲକୁ ପଠାଇଥିଲା। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *