ମନୋରଞ୍ଜନ

ପୁଷ୍ପା ୨’ର ଆଇଟମ୍ ଗୀତକୁ ନା

୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ରର ‘ଉଃ ଅଣ୍ଟବା’ ଗୀତରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନରେ ଯେଉଁ ଶିହରଣ ଖେଳାଇଥିଲା ତାହା ବିରଳ ଶ୍ରେଣୀର ବୋଲି କୁହାଯାଇପାରେ। ନିଜର ପ୍ରଥମ ଆଇଟମ୍‌ ଗୀତରେ ସାମନ୍ଥା ଦୀର୍ଘସ୍ଥାୟୀ ଛାପ ଛାଡ଼ିବାରେ ସମର୍ଥ ହୋଇଥିଲେ। ତେଣୁ ‘ପୁଷ୍ପା’ ସିନେମାର ଦ୍ବିତୀୟ ଭାଗରେ ମଧ୍ୟ ସାମନ୍ଥାଙ୍କ ନୃତ୍ୟର ଯାଦୁ ଦେଖିବାକୁ ମିଳିବ ବୋଲି ଦର୍ଶକେ ଆଶା କରି ରହିଥିଲେ। କିନ୍ତୁ ବିଭିନ୍ନ ସୂତ୍ରରୁ ଆସୁଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ପୁଣି ଏକ ଆଇଟମ୍‌ ନମ୍ବର ଗୀତରେ ନୃତ୍ୟ କରିବାକୁ ସାମନ୍ଥା ମନା କରିଦେଇଛନ୍ତି। ମାତ୍ର ୩ ମିନିିଟ୍‌ର ନୃତ୍ୟ ପ୍ରଦର୍ଶନ ଲାଗି ତାଙ୍କୁ ୫ କୋଟି ଟଙ୍କା ଯଚା ଯାଇଥିଲା। କିନ୍ତୁ ସେ ବର୍ତ୍ତମାନ ସେଥିପାଇଁ ପ୍ରସ୍ତୁତ ନାହାନ୍ତି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।ତଥାପି ଏହାର ନିର୍ଦେଶକ ସୁକୁମାର ତାଙ୍କୁ ରାଜି କରାଇବା ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି। ‘ପୁଷ୍ପା ୨’କୁ ଏ ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବାର ଯୋଜନା ରଖାଯାଇଛି। ଏଥିରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନ୍ନାଙ୍କ ସମେତ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ତାରକାଙ୍କ ଅଭିନୟ ଦେଖିବାକୁ ମିଳିବ। ଅପରପକ୍ଷେ ସାମନ୍ଥା ମାୟୋସାଇଟିସ୍ ନାମକ ଏକ ବିରଳ ରୋଗର ଶିକାର ହେବା ପରେ ସେଥିରୁ ଏବେ ଆରୋଗ୍ୟଲାଭ କରୁଛନ୍ତି। ଆସନ୍ତା ଏପ୍ରିଲ୍ ୧୪ରେ ମୁକ୍ତିଲାଭ କରିବାକୁ ଥିବା ‘ଶକୁନ୍ତଳମ୍‌’ ଚଳଚ୍ଚିତ୍ରରେ ସାମନ୍ଥା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *