ମୁଖ୍ୟ ଖବର

ଯାଜପୁରକୁ ଲୁଟୁଛନ୍ତି ନିର୍ବାହୀ ଯନ୍ତ୍ରୀ ଜ୍ଞାନ ନାୟକ

ଭୁବନେଶ୍ୱର : ରାଜ୍ୟ ସରକାର ଗ୍ରାମ୍ୟ ଉନୟନ ବିଭାଗରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ରାସ୍ତା ଘାଟ, ସେତୁ ନିର୍ମାଣ କରି ଲୋକଙ୍କୁ ସୁବିଧା ଯୋଗାଉ ଥିବା ବେଳେ କିଛି ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀ ମାନଙ୍କ ଯୋଗୁ ତାହା ସଫଳ ହୋଇ ପାରୁନି l ଯାଜପୁର ଜିଲ୍ଲାରେ ଗ୍ରାମ୍ୟ ଉନୟନ ବିଭାଗ ଯେତେ ସବୁ ନିର୍ମାଣ କାର୍ଯ୍ୟ କରୁଛି ତାହାର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି l ବିଶେଷ କରି ଯାଜପୁର ଡିଭିଜନ -୧ ରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ନାୟକ ର ମନୋମୁଖୀ ଓ ଭ୍ରଷ୍ଟାଚାର କାର୍ଯ୍ୟ ଯୋଗୁ ଲକ୍ଷ ଲକ୍ଷ ଟଙ୍କା ବରବାଦ ହେଉଛି l ନିର୍ବାହୀ ଯନ୍ତ୍ରୀ ମିଥ୍ୟା ବିଲ କରି ମନ୍ତ୍ରୀ ଘଡେଇ ବାବୁଙ୍କୁ ଦେଉଛନ୍ତି ବୋଲି ଯାଜପୁରର ସବୁଠି ଚର୍ଚ୍ଚା ହେଉଛି l ଯନ୍ତ୍ରୀ ଜ୍ଞାନ ନାୟକ ବଣେଇରେ ଏସଡିଓ ଥିବା ସମୟରେ ବହୁତ ମିଥ୍ୟା ବିଲ କରି କଳା ଟଙ୍କା ଅର୍ଜନ କରି ବେନାମୀ ସମ୍ପତ୍ତି ବଡ଼ଇଛନ୍ତି ଯାହାର ଭିଜିଲାନ୍ସ ତଦନ୍ତ ହେଲେ ସବୁ ଜଣାପଡିବ l ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ଯୋଗୁ ଯନ୍ତ୍ରୀ ନାୟକକୁ କୋଇଡା ର କିଛି ସମାଜସେବୀ ଜୋତାରେ ପିଟିଥିଲେ ଯାହା ସେତେବେଳେ ଚର୍ଚ୍ଚା ର ବିଷୟ ପାଲଟିଥିଲା l ବଣେଇରେ ରାସ୍ତା ନିର୍ମାଣ ରେ ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଦୁର୍ନୀତିକୁ ପ୍ରୋଛାହିତ କରୁଥିଲେ ଯନ୍ତ୍ରୀ ନାୟକ l ନିର୍ବାହୀ ଯନ୍ତ୍ରୀ ପଦବୀରେ ରହି ଏବେ ଯାଜପୁର ରେ ମନମୁଖୀ କାମ ଚଳାଇଛନ୍ତି, ଏପରିକି ନୂଆ ଲୋକଙ୍କୁ କାମ ଦେଇ ତିରିଶ ପ୍ରତିଶତ ପିସି ଆଦାୟ କରୁଥିବାର ଅଭିଯୋଗ କରିଛନ୍ତି ସମାଜସେବୀ ରାମ ମହାପାତ୍ର l ପାଞ୍ଚ ଲକ୍ଷ ଟଙ୍କାର ଟେଣ୍ଡର ରେ ବ୍ୟାପକ ଦୁର୍ନୀତି ନିର୍ବାହୀ ଯନ୍ତ୍ରୀ କରି ଠିକାଦାର ମାନଙ୍କୁ ପଥ ଭ୍ରଷ୍ଟ କରୁଛନ୍ତି l ଦଶହରା ପୂଜାରେ ଠିକାଦାର ମାନଙ୍କ ଠାରୁ ତିରିଶି ଲକ୍ଷ ଟଙ୍କା ପୂଜା ଚାନ୍ଦା ଆଦାୟ କରି ରାଜଧାନୀର ଏକ ତାରକା ହୋଟେଲରେ ଦାଣ୍ଡିୟା ନୃତ୍ୟ ସୁନ୍ଦରୀ ଲଳନାମାନଙ୍କ ସହିତ କରି ରାତିକୁ ମତୁଆଲା କରୁଥିଲେ ବୋଲି ସବୁଆଡେ ଚର୍ଚ୍ଚା ହେଊଛି l ସଚିବ ସଞ୍ଜୟ ସିଂ ଓ ମନ୍ତ୍ରୀ ଘଡେଇଙ୍କ ଖାସ ଲୋକ କହି ବହୁତ ଦୁର୍ନୀତି କରି ଯାଜପୁର ର ନିର୍ମାଣରେ ବାଧକ ସାଜିଛନ୍ତି ଯନ୍ତ୍ରୀ ଜ୍ଞାନ ନାୟକ l ଅନଭିଜ୍ଞ, ଲୁଟେରା, ଦୁର୍ନୀତିଗ୍ରସ୍ତ ନିର୍ବାହୀ ଯନ୍ତ୍ରୀ ବରୀ, ବିଂଛାରପୁର, ଦଶରଥପୁର, କୁଆଖିଆ ପ୍ରଭୂତି ଅଞ୍ଚଳରେ ମାଟି ରାସ୍ତା ଓ ବିଜୁ ସେତୁ ନିର୍ମାଣରେ ନିର୍ବାହୀ ଯନ୍ତ୍ରୀ ନାୟକ ଲକ୍ଷାଧିକ ଟଙ୍କା ପିସି ନେଇ ପ୍ରଗତିରେ ବାଧକ ସାଜିଛନ୍ତି l ଗ୍ରାମ୍ୟ ଉନୟନ ବିଭାଗର ମନ୍ତ୍ରୀଙ୍କ ଜିଲ୍ଲାରେ ଲୁଟେରା ଯୁବ ଯନ୍ତ୍ରୀକୁ କଣ ପାଇଁ ସୁରକ୍ଷା ଦିଆଯାଇଛି ଓ କାହାର ବାହୁ ବଳରେ ବଳିୟାନ ଯନ୍ତ୍ରୀ ବ୍ୟାପକ ଦୁର୍ନୀତି ଚଳାଇଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l 5ତ ଅଧକ୍ଷ ଓ ସଚିବ ଯାଜପୁରର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଯନ୍ତ୍ରୀ ନାୟକଙ୍କୁ ତୁରନ୍ତ ଏହି ଡିଭିଜନରୁ ହଟାଇ କୋରାପୁଟ, ନଚେତ ମାଲକାନଗିରି ବଦଳି କରିବା ସହିତ ସେ କରିଥିନା ଦୁର୍ନୀତିର ତଦନ୍ତ କରି କଠୋର କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l ଯନ୍ତ୍ରୀ ନାୟକ କରିଥିବା ଦୁର୍ନୀତି, ଓ ଭ୍ରଷ୍ଟାଚାର, ଅନ୍ୟାୟ, ଅନୀତି ର କଳଙ୍କିତ ତଥ୍ୟ ହସ୍ତ ଗତ ହେବାରେ ଲଳିଛି l ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଏହି ଅପାରଗ ଯନ୍ତ୍ରୀ ର ଅଳ୍ପ ଦିନ ଚାକରି କାଳରେ ଅମାପ ସମ୍ପତି ଉପରେ ଭିଜିଲାନ୍ସ ତଦନ୍ତ କରିବା କୁ ଦାବିକରିଛନ୍ତି ସମାଜସେବୀ ପବିତ୍ର ମହାନ୍ତି l କ୍ରମଶଃ.,…

Leave a Reply

Your email address will not be published. Required fields are marked *