ମହାନଗର

12ଜଣଙ୍କୁ ଚନ୍ଦ୍ର ଶେଖର ପତି ସ୍ମୃତି ସମ୍ମାନ ପ୍ରଦାନ

ଭୁବେନେଶ୍ୱର, : ବିଶିଷ୍ଠ ଶିକ୍ଷାବିତ, ସଂସ୍କାରକ, ସଂଗଠକ ଓ ଜନସେବୀ ସ୍ବର୍ଗତ ଚନ୍ଦ୍ର ଶେଖର ପତି ଙ୍କର 60ତମ ପୁଣ୍ୟ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା ଆଜି ଅପରାହ୍ନରେ 5 ଘଣ୍ଟିକ ସମୟ ରେ ସ୍ଥାନୀୟ ଲୋହଆ ଏକାଡେମି ଠାରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଅବସପ୍ରାପ୍ତ ବିଚାରପତି ଉମା ଚରଣ ମିଶ୍ର ଉଦ୍ଘାଟନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ, ତାସହିତ ନିଜର ଇଚ୍ଛାଶକ୍ତି, ନିଷ୍ଠା ଓ ଆନ୍ତରିକତା ବଳରେ ସ୍ୱର୍ଗତ ପତି ଭେଙ୍କେଟଶ୍ୱର୍ ଇଂରେଜ ବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ଓ ଆଦର୍ଶ ସଂସ୍ଥା ରେ ପରିଣତ କରି ବେଶ ଲୋକପ୍ରିୟ ଥିଲେ ବୋଲି କହିଥିଲେ।
ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରମଧ୍ୟ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସର୍ଗତ ପତି ଙ୍କ ଶ୍ରାଦ୍ଧ ସୁମନ ଜ୍ଞାପନ କରିଥିଲେ।ସେ ଜଣେ ଦରଦୀ, ଅନୁଭବି ଓ ବାସ୍ତବବାଦୀ ବେକ୍ତିତ୍ୟ ଥିଲେବୋଲି ଅଭିବହିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭୁବେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନଖୋଦ୍ଧା ବିଧାୟକ ତଥା ପରିବେଶବିତ୍ ଡକ୍ଟର ଦିଲୀପ ଶ୍ରୀଚନ୍ଦନ, ଦୈନିକ ସମ୍ବାଦ ପତ୍ର ପର୍ଯ୍ୟବେକ୍ଷକ ସଂପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ, ସ୍ବର୍ଗତ ପତିଙ୍କ ଭାଇ ଶଶାଙ୍କ ଶେଖର ପତି, ହିମାଂଶୁ ଶେଖର ପତିଓ ଭେଙ୍କେଟ ଶ୍ୱର୍ ଇଂରାଜୀ ମାଧ୍ୟମ ସ୍କୁଲ ର ନିର୍ଦ୍ଦେଶକ ସୂର୍ଯ୍ୟ ପ୍ରକାଶ ପତି ପ୍ରମୁଖ ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ରାଜ୍ୟ ର ବର୍ତ୍ତମାନ ଶିକ୍ଷା ବିକାଶ କ୍ଷତ୍ରରେ ସ୍ୱର୍ଗତ ପତି ଙ୍କ ଅବଦାନ ଅତୁଳନୀୟ ବୋଲି ମତପୋଷଣ କରିଥିଲେ।
“ଚନ୍ଦ୍ର ଶେଖର ପତି ସ୍ମୃତି କମିଟି” ଆନୁକୁଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସଭାପତି ସ୍ତମ୍ବକାର ସୁଧାଂଶୁ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ସୌମିତ୍ର କର ସ୍ବାଗତ ଭାଷଣ, ସଂପାଦକ ପ୍ରମୋଦ କିଶୋର ପରିଡ଼ା ଅତିଥି ପରିଚୟ ପ୍ରଦାନ, ସମାଜସେବୀ ପ୍ରଦୀପ୍ତ କୁମାର ନାୟକ ସଭା କାର୍ଯ୍ୟକୁ ତ୍ତ୍ୟାରାନିତ୍ୟକରିଥିବାବେଳେ ତ୍ରିପାଠୀ ସର୍ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟକ୍ରମକୁ ଅବବହାକ ତଥା ସ୍ମୃତି କମିଟିର ସାଧାରଣ ସଂପାଦକ ଶକ୍ତି ପ୍ରକାଶ ପତି ପରିଚାଳନା କରିଥିଲେ।
ସର୍ବଶେଷରେ ସ୍ବର୍ଗତ ପତିଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ସ୍ମରଣିକା”ଅଲିଭା ପ୍ରଦୀପ ଚନ୍ଦ୍ର ଶେଖର” ଉନ୍ମୋଚନ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟତିବିଶେଷଙ୍କୁ ଚନ୍ଦ୍ର ଶେଖର ପତି ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *