ଅପରାଧ

ସ୍ୱାମୀର ଯୌନାଙ୍ଗ କାଟିଲା ସ୍ତ୍ରୀ

ଅନୁଗୁଳ : ପରକୀୟା ପ୍ରୀତିର ପରିଣତି କେ‌ତେ‌ ଭୟଙ୍କର ହୋଇପାରେ ତା’ର ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ କାଣ୍ଡଶର ଗାଁରେ। ନାଲ୍‌କୋନଗର ଥାନା ଅଧୀନ କାଣ୍ଡଶର ଗାଁ ଦାଣ୍ଡିଆସାହିରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ପତି ବିରୋଧ କରିବାରୁ ସେ ରାଗରେ ସ୍ବାମୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ପତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲାବେଳେ ଏଥିନେଇ କାଣ୍ଡଶର ଥାନା ପୁଲିସ ଛ‌ାନଭିନ ଆରମ୍ଭ କରିଛି।ସୂଚନା ଅନୁସାରେ ଶନିବାର ରାତିରେ ଦାଣ୍ଡିଆ ସାହିର ପରମାନନ୍ଦ ମୁଦୁଲିଙ୍କ ସହ ତାଙ୍କ ସ୍ତ୍ରୀଙ୍କର ଝଗଡ଼ା ହୋଇଥିଲା। ଝଗଡ଼ାବେଳେ ପରମାନନ୍ଦଙ୍କ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କର ଯୌନାଙ୍ଗ କାଟି ଦେଇଥିଲେ ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି। ପତ୍ନୀ ଆଉ ଜଣେ ଲୋକଙ୍କ ସହ ସଂପର୍କ ରଖିଥିବାରୁ ସେ ଏହାକୁ ବିରୋଧ କରି ଆସୁଥିଲେ। ଏଥିପାଇଁ ରାଗରେ ସେ ତାଙ୍କ ଯୌନାଙ୍ଗ କାଟି ଦେଇଥିଲା ପରମାନନ୍ଦ କହିଛନ୍ତି। ଜୀବନ ବିକଳରେ ସେ ଘରୁ ବାହାରି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ସଂପର୍କରେ ସେ ସ୍ତ୍ରୀଙ୍କ ବିରୋଧରେ ନାଲକୋନଗର ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଉଭୟ ସ୍ବାମୀ-ସ୍ତ୍ରୀଙ୍କର ଏକ ୭ ବର୍ଷ ବୟସର ସନ୍ତାନ ଅଛି।

Leave a Reply

Your email address will not be published. Required fields are marked *