ବିଶେଷ

ନାହାନ୍ତି ଆଉ ବିଶିଷ୍ଟ ସଂଗଠକ ,ଅନୁବାଦକ ଓ ସମାଜସେବୀ ଅବଦୁଲ କାଦର ଖାନ

ଭୁବନେଶ୍ୱର ତା ; କୋରାନକୁ ଓଡ଼ିଆରେ ଅନୁବାଦ କରିଥିବା ବିଶିଷ୍ଟ ମୁସଲିମ ସ୍କଲାର ଅବଦୁଲ କାଦର ଖାନଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଖୋର୍ଦ୍ଧା ଜିଲ୍ଲାର ମାଣିକଗୋଡା ଗାଁରେ ଜୁଲାଇ ୭,୧୯୩୮ ମସିହାରେ ଜନ୍ମିତ କାଦରଖାନ ଓଡିଶା ସରକାରଙ୍କ ଆଇନ ବିଭାଗରେ ଦୀର୍ଘବର୍ଷ କାମ କରି ଅଣ୍ଡର ସେକ୍ରେଟାରୀ ପଦବୀରୁ ସେବା ନିବୃତ ହୋଇଥିଲେ । ସରକାରୀ ଚାକିରିରୁ ଅବସର ନେବା ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଯୋଗଦାନ କରିବା ସହିତ ପବିତ୍ର କୋରାନର ଓଡ଼ିଆ ଅନୁବାଦ କରିଥିଲେ । ଉର୍ଦୁ ଭାଷାରେ ଲିଖିତ ଅନେକ ଧର୍ମଗ୍ରନ୍ଥର ଓଡ଼ିଆ ଅନୁବାଦ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ଥିବା ଶ୍ରୀ ବିହାର ଆସୋସିଏସନର ପ୍ରତିଷ୍ଠାତା ସହିତ ଦୀର୍ଘଦିନ ଧରି ସେ ଏହାର ସଭାପତି ଦାୟିତ୍ୱରେ ରହିଆସିଛନ୍ତି । ଜୀବନର ଅପରାହ୍ନ ପର୍ଯ୍ୟନ୍ତ ସେ ଶିକ୍ଷା ଲାଭ କରିବା ଓ ଜ୍ଞାନକୁ ଵିତରିତ କରିବାର ପକ୍ଷଧର ଥିଲେ । ୭୪ ବର୍ଷ ବୟସରେ ସେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସଫଳତାର ସହିତ ସ୍ନାତକ କରିଥିଲେ । ତାଙ୍କର ପରଲୋକ ଘଟିବା ପରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ସହିତ ଶୋକ ବ୍ୟକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *