ରାଜନୀତି

ଅପାରଗ ନବୀନ – ନିକୃଷ୍ଟ ପାଣ୍ଡିଆନ- ସବୁଜ ଶସ୍ୟଶାମଳା ଓଡିଶାକୁ ମରୁଭୂମିରେ ରୂପାନ୍ତରଣ : ଆଇସିପି


ଭୁବନେଶ୍ଵର: : ଅପାରଗ ନବୀନ ପଟ୍ଟନାୟକ ଦୀର୍ଘ ପ୍ରାୟ ୨୪ ବର୍ଷ କ୍ଷମତାରେ ରହି ମଧ୍ୟ ଓଡ଼ିଶା କୁ ବିକଶିତ ଓ ଶ୍ରେଷ୍ଠ ରାଜ୍ୟରେ ପରିଣତ କରି ନ ପାରିବା ଓଡ଼ିଶା ବାସୀଙ୍କ ଭାଗ୍ୟର ବିଡମ୍ବନା ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। କେତକ ମୁଷ୍ଟିମେୟ ତାମିଲ୍ ଓଡ଼ିଶା ଶାସନ ବିରୋଧରେ କୁଚକ୍ରାନ୍ତ କରି ଓଡ଼ିଶା ଶାସନକୁ ହାଇଜାକ୍ କରି ଦେଇଛନ୍ତି। ଜଣେ ଅତି ନିକୃଷ୍ଟ ଅଫିସର୍ ଭିକେ ପାଣ୍ଡିଆନ ମିଡିଆରେ ନିଜର ପ୍ରାୟୋଜିତ ଅତିରଞ୍ଜିତ ପ୍ରଚାର କରି ଏବଂ ଓଡିଶାକୁ ତଳିତଳାନ୍ତ କରି ଶେଷରେ ଲୁଚିଛପି ଲୋକସେବା ଭବନ ର ପଛପଟ ଗେଟ୍ ଦେଇ ପଳାୟନ କରି ପୁଣି ନୁଆ ରୂପରେ ଏକ ବେଆଇନ୍ ନିଯୁକ୍ତି ନେଇଛନ୍ତି। ଭିକେ ପାଣ୍ଡିଆନଙ୍କ କାର୍ଯ୍ଯ ଶୈଳୀକୁ ଆମେ ଓଡ଼ିଶାବାସୀ ଲକ୍ଷ୍ୟ ରଖିଛୁ। ଭିକେ ପାଣ୍ଡିଆନ କାର୍ଯ୍ୟ ଦକ୍ଷତାରେ ଆମ ଓଡ଼ିଆ ଆଇ. ଏ. ଏସ୍ ଅଫିସର୍ ମାନଙ୍କ ଠାରୁ ବହୁ ତଳେ ଏପରିକି ଭିକେ ପାଣ୍ଡିଆନ ଆମ
ଓ. ଏ. ଏସ୍ ଅଫିସର୍ ମାନଙ୍କଠାରୁ ମଧ୍ଯ ସବାତଳେ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। ଏକ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନିକୃଷ୍ଟ ଅଫିସର୍ ଭିକେ ପାଣ୍ଡିଆନଙ୍କ ଯୋଗୁ ଓଡ଼ିଶା ମରୁଭୂମିରେ ପରିଣତ ହୋଇଗଲା ଏବଂ ଓଡ଼ିଶାବାସୀ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ବୋଲି
ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। ପାଣ୍ଡିଆନଙ୍କ ରୂପାନ୍ତରଣ ସ୍କିମ ସବୁଜ ଶସ୍ୟଶ୍ୟାମଳା ଓଡିଶାକୁ ମରୁଭୂମି ଓଡ଼ିଶା ଏବଂ କଙ୍କାଳମୟ ଓଡ଼ିଶାରେ ପରିଣତ କରିଛି ଏବଂ ଭିକେ ପାଣ୍ଡିଆନଙ୍କ ସୀମାଲଂଘନ କ୍ଷମତା ର ଜବାବ୍ ସାଢେ଼ ଚାରିକୋଟି ଓଡ଼ିଆ ଦେବେ ଏବଂ ଶେଷରେ ଭିକେ ପାଣ୍ଡିଆନ ଗିରିଶୋଳା ଗେଟ୍ ଦେଇ ତାମିଲନାଡୁ ଚାଲିଯିବେ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ରାଉତ୍ ସତର୍କ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *