ଦେଶ- ବିଦେଶ

ମାଗଣା ରାଶନ ଯୋଜନା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିବା ପରେ କଂଗ୍ରେସ ଏହି ନିଷ୍ପତିକୁ କଟାକ୍ଷ କରିଛି। କଂଗ୍ରେସ କହିଛି ଯେ, ସରକାରଙ୍କ ଏହି ନିଷ୍ପତି ଦେଶରେ ଲଗାତାର ବଢୁଥିବା ଦରଦାମ୍, ଆର୍ଥକ ସଙ୍କଟ ଏବଂ ଲୋକମାନଙ୍କ ମଧ୍ୟରେ ଅସମାନତା ହାରକୁ ଆହୁରି ବଢ଼ାଇବାର ଆଶଙ୍କା ରହିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦେଶ୍ୟରେ ପରିବର୍ତ୍ତନ କଥା ମଧ୍ୟ କହିଥିଲେ।

ଜୟରାମ ରମେଶ ଲେଖିଛନ୍ତି ଯେ ଅଧିକାଂଶ ଭାରତୀୟଙ୍କ ଆୟ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ସହିତ ମେଳ ଖାଉ ନାହିଁ। ବର୍ତ୍ତମାନ ଏହି ନୂତନ ଘୋଷଣା ଉଚ୍ଚ ସ୍ତରର ଆର୍ଥିକ ଦୁଃଖ ଏବଂ ଅସମାନତା ବୃଦ୍ଧି ହେବାର ସୂଚାଉଛି। କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଯେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ସେ ସେପ୍ଟେମ୍ବର ୨୦୧୩ ରେ ସଂସଦରେ ପାରିତ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) କୁ କ୍ରମାଗତ ଭାବରେ ବିରୋଧ କରି ଆସୁଥିଲେ।

ବର୍ତ୍ତମାନ ୨୦୨୪ ନିର୍ବାଚନ ପୂର୍ବରୁ ୮୦ କୋଟି ଭାରତୀୟଙ୍କୁ ମାଗଣା ରାଶନ ଦେବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଏହା ତାଙ୍କ ଦ୍ୱାରା କରାଯାଇଥିବା ୟୁ-ଟର୍ନର ଏକମାତ୍ର ଉଦାହରଣ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ମହାମାରୀ ସମୟରେ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଥିବା ମନେରଗା ପାଇଁ ମଧ୍ୟ ସରକାର ନିଜର ନିଷ୍ପତି ବଦଳାଇଥିଲେ।

Leave a Reply

Your email address will not be published. Required fields are marked *