ମନୋରଞ୍ଜନ

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍

ମୁମ୍ବାଇ: ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍। କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ବେଳେ ଏବେ ସେ ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲ‌ାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି। ଏହା ସହ ତାଙ୍କର ବଡ଼ ହୃଦୟ ଥିବା ନେଇ ଡାକ୍ତର ତାଙ୍କୁ କହିଥିବା ସୁସ୍ମିତା ଜଣାଇଛନ୍ତି।

ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ହୃଦଘାତ ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ, ୪୭ବର୍ଷ ବୟସ୍କା ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି ଯେ ହୃଦଘାତ ପରେ ହୃଦ୍‌ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି।

One thought on “ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍

  • Saved as a favorite, I reaply like your site!

    Reply

Leave a Reply

Your email address will not be published. Required fields are marked *