ଦେଶ- ବିଦେଶ

ପଞ୍ଜାବରେ ଏଏପି ବିଧାୟକଙ୍କୁ ଗିରଫ କଲା ଇଡି


ନୂଆଦିଲ୍ଲୀ,: ପଞ୍ଜାବରେ ଆଉ ଜଣେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ସମସ୍ୟା ବଢିଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏଏପି ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କରିଛି। ସଞ୍ଜୟଙ୍କ ଉପରେ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି। ରିପୋର୍ଟ ଅନୁଯାୟୀ ମାମଲାରେ ଇଡି ସଞ୍ଜୟଙ୍କୁ ୩ ରୁ ୪ ଥର ନୋଟିସ ଦେଇଥିଲା। କିନ୍ତୁ ପଚରା ଉଚରା ପାଇଁ କୌଣସି ଥର ସଞ୍ଜୟ ହଜାର ହୋଇ ନଥିଲେ।

ସୋମବାର ସଞ୍ଜୟ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବୈଠକ କରୁଥିବା ସମୟରେ ଇଡି ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ସଞ୍ଜୟଙ୍କୁ ଇଡି ଜଳନ୍ଧର ନେଇଯାଇଛି। ସଞ୍ଜୟ ଅମରଗଡ଼ର ବିଧାୟକ ଥିଲେ। ଏହା ପୂର୍ବରୁ ଗତ ବର୍ଷ ସଞ୍ଜୟ ସିଂହଙ୍କ ଘରେ ଇଡି ଚଢ଼ାଉ କରିଥିଲା ଏବଂ ୧୪ ଘଣ୍ଟା ସର୍ଚ୍ଚ ଅପରେସନ କରିଥିଲା। ସେ ସମୟରେ ଇଡି ତାଙ୍କ ଘରୁ ୩୨ ଲକ୍ଷ ଟଙ୍କା ଏବଂ ତିନି ମୋବାଇଲ ଫୋନ୍ ସାଙ୍ଗରେ ନେଇଥିବା ସଞ୍ଜୟ କହିଥିଲେ। ଏହି ମାମଲାରେ ସିବିଆଇ ମଧ୍ୟ ଏଏପି ବିଧାୟକଙ୍କ ଘରେ ଚଢ଼ାଉ କରିଥିଲା।

ବିଅଧାୟକ ହେବା ପରେ ଯଶବନ୍ତ ସିଂହ ଗଜ୍ଜନ ମାଜରା ତାଙ୍କ ଦରମାରୁ ମାତ୍ର ଏକ ଟଙ୍କା ନେବାକୁ କହି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ସେ ଏକ ଶପଥ ପାଠ ମଧ୍ୟ ଦେଇଥିଲେ, ଯାହାକୁ ସେ ସମୟରେ ଖୁବ ପ୍ରଶଂସା କରାଯାଇଥିଲା।

Leave a Reply

Your email address will not be published. Required fields are marked *