ମହାନଗର

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ଆହତ

କଟକ: କଟକ ଭୁଆସୁଣିପଠାରେ ଗୁରୁବାର ରାତିରେ ଏନକାଉଣ୍ଟର ହୋଇଛି। କମିସନରେଟ୍‌ ପୁଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ନାୟକ ଓରଫ ଶଙ୍କର ଆହତ ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି। ଫଳରେ ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ରାଣୀହାଟ ଗୋପାଳ ସାହିର ଦୀପକ ନାୟକ ଓରଫ ଶଙ୍କର ‌ଅନେକଗୁଡ଼ିଏ ଅପରାଧିକ କାମ ସହିତ ସଂପୃକ୍ତ ଥିଲା।  ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ତାର ସମ୍ପୃକ୍ତି ରହିଥିଲା। ଅଭିଯୁକ୍ତ ଦୀପକ ଆଜି ସନ୍ଧ୍ୟାରେ ତାର ସାଥିମାନଙ୍କ ସହିତ ଭୁଆସୁଣିପଠାରେ ଆଡ୍ଡା ଜମାଇଥିବା ବେଳେ  ପୁଲିସକୁ ସୂଚନା ମିଳିଥିଲା। ଏହି ସମୟରେ ସ୍ପେଶାଲ ସ୍ୱାର୍ଡ ଓ ବିଡାନାସୀ ଥାନା ମିଳିତ ଭାବେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ବିଚଳିତ ହୋଇଥିଲା ଏବଂ ପରେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ନିଜର ଆତ୍ମରକ୍ଷା ପାଇ ପାଲଟା ଗୁଳି ଚଳାଇଥିଲା। ଅଭିଯୁକ୍ତ ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଛି।

Leave a Reply

Your email address will not be published. Required fields are marked *