ରାଜନୀତି

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର,: ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବୁଧବାର ସେ ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ରଜନୀକାନ୍ତ ଅନୁଗୋଳରୁ ବିଧାୟକ ଥିବା ବେଳେ ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିବା କହିଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ନିଜ ବିଧାନସଭା କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ତଥା ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ରଜନୀକାନ୍ତ।

Leave a Reply

Your email address will not be published. Required fields are marked *