ଦେଶ- ବିଦେଶ

ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ

ଗାଜା,: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ ନାହାନ୍ତି। ଖଣ୍ଡେୁ ରୁଟି ପାଇଁ ଲୋକ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି। ପାଣି ପାଇଁ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଘରକୁ ବାଲତି ପାଣି ନେବା ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସେହିପରି ଯୁଦ୍ଧରୁ ବଞ୍ଚିବା ଆଶ୍ରୟ ସ୍ଥଳୀରେ ଖଚାଖଚ ଭିଡ ରହିବା ଯୋଗୁ କାଛୁକୁଣ୍ଡିଆ, ଶ୍ୱାସ ସମ୍ବନ୍ଧୀୟ ରୋଗର ଶିକାର ହେୁଛନ୍ତି।

Leave a Reply

Your email address will not be published. Required fields are marked *