ମୁଖ୍ୟ ଖବର

ପତ୍ନୀଙ୍କୁ ଭେଟିବାକୁ ପହଞ୍ଚିଲେ ସିସୋଡିଆ, ୬ ଘଣ୍ଟା ପାଇଁ ଅନୁମତି

ନୂଆଦିଲ୍ଲୀ, : କୋର୍ଟର ଅନୁମତି ପରେ ପୋଲିସ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଶନିବାର ଆସିଛନ୍ତି। ସିସୋଡିଆଙ୍କୁ ସକାଳ ୧୦ ଟାରୁ ୬ଟା ପର୍ଯ୍ୟନ୍ତ ସାକ୍ଷାତ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଜେଲରେ ଥିବାବେଳେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବାକୁ ସିସୋଡିଆ ଏକ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଳ ଶୁକ୍ରବାର ସିସୋଡିଆଙ୍କ ପିଟଶନର ଶୁଣାଣି କରିଥିଲେ। ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ସିବିଆଇ ଏବଂ ଇଡି ମାମଲାର ଶୁଣାଣି କରୁଛି କୋର୍ଟ। ସିବିଆଇ ସହିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କୁ ଜଣେ ଅଭିଯୁକ୍ତ ଭାବେ ଦର୍ଶଯାଇଛି। ଉଭୟ ମାମଲାରେ ସିସୋଡିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି

Leave a Reply

Your email address will not be published. Required fields are marked *