ମୁଖ୍ୟ ଖବର

ଜଳିଗଲା ୫ଟି ବସ୍‌

ଭୁବନେଶ୍ୱର: ମରାମତି ପାଇଁ ରଖାଯାଇଥିବା ଏକ ଗ୍ୟାରେଜରେ ରବିବାର ଦିନ ଅପରାହ୍‌ଣରେ ୫ଟି ବସ୍‌ ଜଳି ଯାଇଛି। କମିସନରେଟ ପୁଲିସ ଅଧିନ ତମାଣ୍ଡୋ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ କିଛି ବସ୍‌ ରଖାଯାଇଥିଲା। ଆଜି ଗ୍ୟାରେଜ୍‌ରେ ଓଲଡିଂ କାମ ଚାଲିଥିବା ବେଳେ ବସ୍‌ରେ ନିଆଁ ଲାଗିଥିବା ସୂଚନା। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୀର୍ଘ ସମୟର ଉଦ୍ୟମରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ବସ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *