ଦେଶ- ବିଦେଶ

ବିଧାୟକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ସମୟରେ ବିଆରଏସ ବିଧାୟକଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ସାମ୍ନାକୁ ଆସିଛି | ଏହି ଆକ୍ରମଣରେ ବିଆରଏସ ବିଧାୟକ ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ବିଆରଏସ ବିଧାୟକ ଗୁଭାଲା ବାଲାରାଜୁ ଆଛମ୍ପେଟ ବିଧାନସଭା ଆସନରୁ ବିଧାୟକ ଥିବାବେଳେ ପୁଣି ଥରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶନିବାର ରାତିରେ ବାଲାରାଜୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିଲେ । ଏହି ସମୟରେ କଂଗ୍ରେସ ପ୍ରାର୍ଥୀ ଭାମସି କୃଷ୍ଣ ସେଠାରେ ପହଂଚି ଅଭିଯୋଗ କରିଥିଲେ ଯେ ବାଲାରାଜୁ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ଏବଂ ତାଙ୍କ କାରରେ ଟଙ୍କା ରଖାଯାଇଛି। ବାଲାରାଜୁ ଏହାକୁ ଖଣ୍ଡନ କରିଦେଇଥିଲେ।ତେବେ କଂଗ୍ରେସ ସମର୍ଥକମାନେ ବିଧାୟକଙ୍କ କାର ଯାଞ୍ଚ କରିବାକୁ ଜିଦ୍ ଧରିଥିଲେ। ଏହା ପରେ ବିଆରଏସ ସମର୍ଥକ ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ପ୍ରଥମେ ମୁଥ ମରାମରି ପରେ ଏହାପରେ ପରସ୍ପର ଉପରେ ପଥର ମାଡ କରିଥିଲେ । ଏହି ପଥର ମାଡ ସହ ବିଆରଏସ ବିଧାୟକଙ୍କ କାର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ତେବେ ଏହି ପଥର ମାଡ଼ରେ ବିଆରଏସ ବିଧାୟକ ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଲେଙ୍ଗାନା ମନ୍ତ୍ରୀ ତଥା ବିଆରଏସ ନେତା କେ.ଟି.ରାମା ରାଓ ଆପୋଲୋ ହସ୍ପିଟାଲରେ ପହଞ୍ଚି ଆହତ ବିଧାୟକ ଗୁଭାଲା ବାଲାରାଜୁଙ୍କୁ ଭେଟି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *