ମହାନଗର

ଦୀପାବଳିରେ ଅଘଟଣ : କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା

ଭୁବନେଶ୍ବର: ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି। ଛୋଟରୁ ବଡ଼, ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଛନ୍ତି।

ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର  ବିଏମ୍‌ସି ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି । ଦୁର୍ଘଟଣା ଏଡାଇବାକୁ ବାଣ ଦୋକାନରେ ବ୍ୟବସାୟୀମାନେ  ଦୁଇଟି ଡଷ୍ଟବିନ୍‌ ଓ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବାକୁ କୁହାଯାଇଥିଲା। ଏହାର ତଦାରଖ କରିବା ପାଇଁ ବିଏମ୍‌ସି, କମିସନରେଟ ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାର୍ଡ ଗସ୍ତ କରିଥିଲା।

ଅନ୍ୟପକ୍ଷରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କମିସନରେଟ ପୁଲିସ, ଅଗ୍ନିଶମ ବିଭାଗ, ବିଏମ୍‌ସି, ସ୍ୱାସ୍ଥ୍ୟ ବିଭାଗ, ୱାଟ୍‌କୋ, ବିଦ୍ୟୁତ୍‌ ବିଭାଗ ସମନ୍ୱୟ ରକ୍ଷାକରି ନାଗରିକମାନଙ୍କ ସୁରକ୍ଷା ପାଇଁ କାମ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *