ମୁଖ୍ୟ ଖବର

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ୨୨ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ତହସିଲଦାର ଦାୟିତ୍ବରେ ଥିବା ବୀରସେନ ବେହେରାଙ୍କୁ ନୂଆପଡା ଜିଲ୍ଲା ଖରିଆର ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି କଳାହାଣ୍ଡିର ଡେପୁଟି କଲେକ୍ଟର ଦାୟିତ୍ବରେ ଥିବା ସୁକାନ୍ତ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି କୋରାପୁଟ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର କୋରାପୁଟ ଜିଲ୍ଲା କୁନ୍ଦ୍ରା ବିଡିଓ ରୂପେ ବଦଳି ହୋଇଛନ୍ତି। ରଘୁନାଥପୁର ବଡିଓ ଲମ୍ବୋଦର ଖୁଣ୍ଟିଆ ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ ରୂପେ ଯୋଗଦେବେ। ଗୋପବନ୍ଧୁ ନଗର ବିଡିଓ ତପନ ସେନାପତିଙ୍କୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବିଡିଓ ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *