ମୁଖ୍ୟ ଖବର

ଲକ୍ଷ୍ମୀପୁର ଓ ନାରାୟଣ ପାଟଣାରେ ଭୂମିକମ୍ପ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୫.୦୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପରେ ଶୋଇଥିବା ଖଟ ହଲିଯାଇଥିଲା । ଭୟଭୀତ ହୋଇ ଲୋକେ ଉଠିପଡ଼ି ବାହାରକୁ ଚାଲିଆସିଥିଲେ।
ସୋସିଆଲ୍ ମିଡିଆରେ ଖୁବ ପ୍ରଚାର ପ୍ରସାର ହୋଇଥିବା ବେଳେ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସିରିଆ ଓ ତୁର୍କୀ ଘଟଣା ଲୋକଙ୍କ ମନରେ ଲିଭିନଥିବା ବେଳେ ଭାରତରେ ଭୂମିକମ୍ପ ହେବ ବୋଲି ଯେଉଁ ପୁର୍ବାଭାସ କରାଯାଇଛି। ତାହା ଏକ ପ୍ରକାର ସତ ହେବାକୁ ଯାଉଛି ବୋଲି ଏହି ଅଞ୍ଚଳରେ ଆଲୋଚନା ହେଉଛି। ଭୂମିକମ୍ପରେ ସେମିତି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଭୟ କିନ୍ତୁ ଛାଡ଼ିନି ବୋଲି ଲୋକେ ପ୍ରକାଶ କରିଛନ୍ତି।ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *