ରାଜ୍ୟ

ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳବାସୀ ଆତଙ୍କିତ


ନିମାପଡ଼ା : ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅସ୍ତରଙ୍ଗ,କାକଟପୁର, ଗୋପ, ନିମାପଡା ବ୍ଲକ ଅଞ୍ଚଳ ର ଅଧିବାସୀ ମାନେ ଆତଙ୍କିତ ହୋଇପଡ଼ିଛନ୍ତି ।ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୂପ ନେବା ସମ୍ଭାବନା ରହିଛି ।ତେବେ କେଉଁଠାରେ ଏହା ସ୍ଥଳଭାଗ ସ୍ପର୍ଶ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପାଣିପାଗ ବିଭାଗର ପୂର୍ବାନୁମାନ କୁ ଭିତ୍ତିକରି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ପୁରୀ ଜିଲ୍ଲା ଉପରେ ଏହାର କେତେ ପ୍ରଭାବ ପଡ଼ିବ ତାହା ଗୁରୁବାର ସଂଧ୍ୟା ରେ ସ୍ପଷ୍ଟ ହେବ।୨୦୧୯ ମସିହା ମେ ମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା ।ପୁରୀରେ ଏହା ସ୍ଥଳଭାଗ ଛୁଇଁବା ସହ ବଡ଼ ଧରଣର କ୍ଷୟକ୍ଷତି ଘଟିଥିଲା ।ତେଣୁ ଆଉ ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ପ୍ରଶାସନ ସଜାଗ ରହିଛି ।ସମୁଦ୍ର କୂଳରେ ବାସ କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି ।ଜିଲ୍ଲାରେ ୮୮ ଟି ସୁନାମି ପ୍ରବଣ ଗ୍ରାମ ରହିଛି ।ବାତ୍ୟା ହେଲେ ସେ ସବୁ ଅଞ୍ଚଳରେ ବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ପୁରୀ ପୌରାଞ୍ଚଳ ,କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ନିମାପଡ଼ା, କୃଷ୍ଣପ୍ରସାଦ ,ବ୍ରହ୍ମଗିରି ,ପୁରୀ ସଦର କାକଟପୁର, ଗୋପ ଏବଂ ଅସ୍ତରଙ୍ଗ ବ୍ଲକ ସମୁଦ୍ର କୂଳରେ ରହିଛି । ଜିଲ୍ଲା ରେ ୧୪୨ ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୯ ଟି ରେଡକ୍ରସ ଆଶ୍ରୟସ୍ଥଳୀ ରହିଛି ।ଭାରତୀୟ ପାଣିପାଗ ବିଭାଗ ର ପରବର୍ତ୍ତୀ ସତର୍କ ସୂଚନା କୁ ଅପେକ୍ଷା କରାଯାଇଛି । ଯଦି ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଲଗାଣ ବର୍ଷା ହୁଏ ତେବେ ଉପକୂଳ ଅଞ୍ଚଳ ରେ ପାଚି ଆସୁଥିବା ଧାନ ଫସଲ ଓ ପନିପରିବା ଚାଷ ର ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି। ଏଣୁ ଚାଷୀ ମାନେ ଭୟଭୀତ ହୋଇ ପଡିଛନ୍ତି। କେତେକ ଅଞ୍ଚଳରେ ଚାଷୀ ମାନେ ଅଧା ପାଚିଥିବା ଧାନ କୁ କାଟି
ସୁରକ୍ଷିତ ସ୍ଥାନ କୁ ବୋହି ନେଉଥିବା ଓ ଅମଳ କରୁଥିବା ଲକ୍ଷ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *