ମହାନଗର

ସଂକୀର୍ତନକୁ ଲୋକକଳାର ମାନ୍ୟତା ସହ କଳାକାର ପରିଚୟ ପତ୍ର ପ୍ରଦାନ ଦାବିରେ ଅନଶନ


ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦ ଦ୍ୱାରା ସାରା ରାଜ୍ୟର ପନ୍ଦର ହଜାର ରୁ ଉର୍ଦ୍ଦ ସଂକୀର୍ତନ କଳାକାରଙ୍କ ଉପସ୍ଥିତିରେ ଲୋୟର ପି ଏମ ଜି ଠାରେ ଆଜି ଦୁଇ ହଜାରରୁ ଉର୍ଦ୍ଧ କଳାକାରଙ୍କ ସମେତ ସଂଗଠନର ସଭାପତି ଶ୍ରୀଯୁକ୍ତ ବାସୁଦେବ ଭଟ୍ଟ ନେତ୍ରୁତ୍ବରେ ପାଞ୍ଚ ଦଫା ଦlବୀରେ ଆମରଣ ଅନଶନ ସହ ସଂକୀର୍ତନ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡିଶାର ଲକ୍ଷ ଲକ୍ଷ ସଂକୀର୍ତନ କଳାକାର ନିଜର ସବୁ ଅଭାବ ଅସୁବିଧା ଭୁଲି ବିଭିନ୍ନ କାର୍ଯ୍ୟକ୍ରମ ରେ ସଂକୀର୍ତନ ପରିବେଷଣ କରି ଆସୁଛନ୍ତି l ହେଲେ ବର୍ତମାନ ସୁଦ୍ଧା ସରକାର ସେମାନଙ୍କୁ କଳାକାରର ମାନ୍ୟତା ପ୍ରଦାନ କରିନାହାନ୍ତି l ତେଣୁ ସେହି ପରିପ୍ରେକ୍ଷୀରେ 1= ସଂକୀର୍ତନ କଳାକାର ମାନଙ୍କୁ କଳାକାର ମାନ୍ୟତା ପ୍ରଦାନ 2= କଳାକାର ତାଲିକାଭୁକ୍ତ କରି ପରିଚୟ ପତ୍ର ପ୍ରଦାନ l 3= ସବୁ ବୟସର ସଂକୀର୍ତନ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ l 4 = ସଂକୀର୍ତନ କଳାକାର ପରିବାରର ସବୁ ପିଲାଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପ୍ରଦାନ 5= ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ପାଞ୍ଚ ଦଫା ଦlବୀରେ ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ଅଂଚଳର ପ୍ରାୟ 15 ହଜାର ସଂକୀର୍ତନ କଳାକାରଙ୍କ ଉପସ୍ଥିତିରେ ଭଜନ,କୀର୍ତନ, ସଂକୀର୍ତନ, ଲୋକକଳା ପରିବେଷଣ ସହିତ ଆମରଣ ଅନଶନ ସହ ସଂକୀର୍ତନ ସମାରୋହ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ 1୦ ଟା ସମୟରେ ଲୋୟର ପି ଏମ ଜି ଠାରେ ଅନୁଷ୍ଠିତ ହୋଇଥିଲା l ପାଞ୍ଚ ଦଫା ଦାବୀ ଉପରେ ଅତିରିକ୍ତ ମୂଖ୍ଯ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦେଶରେ ସଂସ୍କୃତି ନିର୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ସହିତ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଛଜଣିଆ ପ୍ରତିନିଧି ଦଳ ସଂଗଠନର ସମ୍ପାଦକ ସୁଦର୍ଶନ ସମ୍ପତ୍ତି, କାର୍ଯ୍ଯକାରି ସଭାପତି ନନ୍ଦକିଶୋର ସାହୁ, କୋଷାଧ୍ୟକ୍ଷ ପ୍ରଶନ ବଡ଼ଜେନା, ବରଗଡ଼ ଜିଲ୍ଲା ସଭାପତି ଶୁଶାନ୍ତ ଦାସ୍,ଢେଙ୍କାନାଳ ଜୀଲ୍ଲା ସଭାପତି ମମତା ସାହୁ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ l ଆଲୋଚନା ସମୟରେ ପ୍ରଥମ ଦାବୀ କୁ ସରକାର ମାନି ନେଲେ ଓ ସଂସ୍କୃତି ବିଭାଗ ସଂକୀର୍ତନ କଳାକାର ମାନଙ୍କୁ ଲୋକ କଳାକାର ଭାବେ ଗ୍ରହଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବେ l ଦ୍ଵିତୀୟ ଦlବୀରେ ସେମାନେ ପଞ୍ଜିକୃତ ହେଲା ପରେ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ l ତୃତୀୟ ଦlବୀରେ ସରକାର ଏକ କାଳୀନ ଭତ୍ତା ପ୍ରଦାନରେ ଅସୁବିଧା ରହିଛି ତେଣୁ ପର୍ଯ୍ୟାୟ କ୍ରମେ ସଂକୀର୍ତନ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବେ l ଚତୁର୍ଥ ଓ ପଞ୍ଚମ ଦାବୀ ସରକାରଙ୍କୁ ଜଣାଇବାକୁ ସଂସ୍କୃତି ନିର୍ଦେଶକ ଆଲୋଚନା କରିବେ ଓ ପରବର୍ତୀ ପର୍ଯ୍ୟାୟରେ ପରିଷଦ ସହିତ ସରକାର ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ l ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦର ସମ୍ପାଦକ ସୁଦର୍ଶନ ଚମ୍ପତି ଓ ମୂଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସଂସ୍ଥାନର ସଭାପତି ତଥା ପରିଷଦ ର ଉପଦେଷ୍ଟା ଡା କରୁଣାକର ପ୍ରଧାନ,ଆର ସି ଏମ ର ଅଧକ୍ଷ ପ୍ରବୀର ପାଲ, ବିଜୟା ନନ୍ଦା,ମନୋଜ ଜେନା,ନାଗରିକ ସମାଜ ସଭାପତି ଇଂ ଲଳିତ ମୋହନ ପଟନାୟକ, କର୍ମଚାରୀ ମହାମାଞ୍ଚ ସଭାପତି ପ୍ରଭାତ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜନ ମହାନ୍ତି, ବିଜୟ ରାଉତ,, ଲାବଣ୍ୟ ଜୟସିଂ, ଉପସଭାପତି ଗିରିଧାରୀ ବିଶ୍ୱାଳ, ସନ୍ତୋଷ ସାହୁ, ନଳିନୀ ସ୍ୱାଇଁ, ଚନ୍ଦ୍ରଶେଖର ସାମଲ, ଦୁଃଖିଶ୍ୟାମ ମହାପାତ୍ର, ସଂଗଠନ ସମ୍ପାଦକ ଲକ୍ଷ୍ମୀଧର ବେହେରା, ଦ୍ରୌପଦୀ ନାୟକ, ଯୁଗ୍ମ ସମ୍ପାଦକ ସ୍ଵର୍ଣ୍ଣଲତା ଦଳେଇ, ରଞ୍ଜୁଲତା ପଣ୍ଡା, ସହ ସମ୍ପାଦକ ଲକ୍ଷ୍ମୀ ମଣ୍ଡଳ, ସୁବାସ ମହାରଣା, ଧନେଶ୍ଵର ଲେଙ୍କା,ପ୍ରସାନ୍ତ କୁମାର ସ୍ବାଇଁ,ସରୋଜ ମାଝି, ଧନେଶ୍ଵର ନାଥ, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସ୍ବାଇଁ, ମମତା ସାହୁ, ଜୟମିନ ପୃଷ୍ଟେ, ସୋମନାଥ କେଶର,ସୁରେନ୍ଦ୍ର ମିଞ୍ଜେ, ସୁଶାନ୍ତ ଦାସ, ଈଶ୍ୱର ପ୍ରଧାନ, ଧର୍ମରାଜ୍ୟ ବେହେରା, ଅକ୍ଷୟ କୁମାର ବରାଳ,ନିରାକାର ଜେନା,କାଶୀନାଥ ଜେନା,ଧନେଶ୍ଵର ଲେଙ୍କା, ଦୂର୍ଯୋୟ ମହାନ୍ତି, ମାୟାଧର ହୋତା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ l

Leave a Reply

Your email address will not be published. Required fields are marked *