ମୁଖ୍ୟ ଖବର

ପାଣିକୋଇଲି ଡିଭିଜନରେ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କ ଦଲାଲ ଗିରି

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ ରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଥିବା ଖବର ଯାଜପୁରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଖୋଦ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପାଣିକୋଇଲି ଯାଇଛନ୍ତି ମିଥ୍ୟା ବିଲ କରି ରାଜ୍ୟ ରାଜକୋଷ କୁ ଲୁଟ କରି ପକେଟ ଗରମ କରିବାକୁ l ଯନ୍ତ୍ରୀ ଦଳେଇ କହିବା କଥା ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ ମୋତେ ନେଇଛନ୍ତି ମିଥ୍ୟା ଟେଣ୍ଡର କରି ଦଳୀୟ ପାଣ୍ଠିକୁ ଅର୍ଥ ଦେବାକୁ l 20% ପିସି ନେଇ ସବୁ ମିଥ୍ୟା ବିଲ ପାସ କରିବା ବ୍ୟତୀତ କେଉଁଉଥିରେ ମୁଣ୍ଡ ଖେଳାଇବେନି ବୋଲି ଯନ୍ତ୍ରୀ ଦଳେଇ କହିବୁଲୁଛନ୍ତି l ବିଗତ 2013 ମସିହାରୁ ଯନ୍ତ୍ରୀ ଦଳେଇ ମିଥ୍ୟା ବିଲ କରିବାରେ ଏକ ନମ୍ବର ତେଣୁ ସଚିବଙ୍କ ଉପରେ ଚାପ ପକାଇ ଡେପ୍ଲାୟଡ଼ ରେ ପାଣିକୋଇଲି ପଳାଇଥିଲେ l ଭୁବନେଶ୍ୱର ଡିଭିଜନ -5 ଏକ ଛୋଟ ଡିଭିଜନ ହୋଇଥିବାରୁ ଯନ୍ତ୍ରୀ ଦଳେଇଙ୍କ ପିସି କମିଯାଇଥିଲା ତେଣୁ ଲୁଟେରା ମନ ଛଟପଟ ହୋଇ ଥିଲା କେଉଁଠିକି ଗଲେ ମୋଟାଅଙ୍କର ପିସି ମିଳିବ l ଶେଷରେ ପାଣିକୋଇଲି ପରି ବଡ଼ ଡିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ହୋଇ ସରକାରୀ ଅର୍ଥ ଲୁଟ କରି ବିଜେଡି ପାଣ୍ଠିକୁ ଦେଉଛନ୍ତି ବୋଲି ଦଳେଇ ଖୋଲା ଖୋଲି କହିବୁଲୁଛନ୍ତି l ଠିକାଦାର ପ୍ରମୋଦ ମହାନ୍ତି ଅଭିଯୋଗ କରିଛନ୍ତି ଯେ ପାଣିକୋଇଲି ଡିଭିଜନ ରେ ବବି ଦାସଙ୍କ ମାମୁ କହିବୁଲୁଥିବା ଏସଡିଓ ପାଞ୍ଚ ଲକ୍ଷ୍ୟ ଟଙ୍କାର କାମ କେଉଁ ଠିକାଦାରକୁ ଦିଆଯିବ ତାହା ସ୍ଥିର କରି ଥାନ୍ତି ଓ ଅଧିକ୍ଷଣ ଯନ୍ତ୍ରୀ ଦଳେଇ ବାବୁ ପିସି ନେବା ସ୍ଥିର କରିଥାନ୍ତି l ଏପରି ଯନ୍ତ୍ରୀ ରହିବା ଦ୍ୱାରା ଯାଜପୁର ଜିଲ୍ଲାରେ ରାସ୍ତା ଘାଟ, ସେତୁ ନିର୍ମାଣ କାର୍ଯ୍ୟ ଧିମେଇ ଯିବା ସହିତ ନିମ୍ନମାନ ର ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି l ଏଠାରେ ସୁଚାଇ ଦିଆଯାଇପାରେ ଯେ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଜଳସମ୍ପଦ ବିଭାଗରେ ଏସଡିଓ ଭାବରେ ନିଯୁକ୍ତି ହୋଇଥିଲେ କିନ୍ତୁ ମୋଟା ଅଙ୍କର ଅର୍ଥ କମେଇବାକୁ ପୂର୍ତ୍ତ ବିଭାଗ କୁ ପଳାଇ ଆସିଥିଲେ l ପୂର୍ଣ୍ଣ ଦଳେଇଙ୍କୁ ଭୁବନେଶ୍ୱର ରୁ ପାଣିକୋଇଲି କୁ ବଦଳି ହେବାକୁ ନା ପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଓମ ପଟେଲ l ଶ୍ରୀ ପଟେଲ କହିବା କଥା ବାହୁବଳୀ ଯନ୍ତ୍ରୀ ଦଳେଇ ବାବୁ ସଚିବ, ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ରାଜଧାନୀ ରେ ରହି ଅୟସ କରୁଛନ୍ତି କିନ୍ତୁ ତାଙ୍କୁ କୋରାପୁଟ, ମାଲକାନଗିରି ଦେବଗଡ଼, ବରଗଡ଼ ପରି ଡିଭିଜନକୁ ବଦଳି କରାଯିବା ଦରକାର ଥିଲା l ବାଲିଗୁଡା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ଖୋଲା ଖୋଲି ଭାବରେ କହିଛନ୍ତି ଯେ ପୂର୍ଣ୍ଣ ଦଳେଇଙ୍କୁ କାହିଁକି ପାଣିକୋଇଲି ରେ ରଖା ଗଲା ସେ ଗଜପତି, କଳାହାଣ୍ଡି ପରି ଡିଭିଜନ ଙ୍କୁ ବଦଳି ହୋଇ ଥିଲେ ଭଲ ହୋଇଥାନ୍ତା l ଅନେକ ଯନ୍ତ୍ରୀ ପାଞ୍ଚ ବର୍ଷରୁ ଉର୍ଦ୍ଧ ବର୍ଷ ହେଲା ସୀମାନ୍ତ ଜିଲ୍ଲାର ଡିଭିଜନ ରେ ରହି କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କୁ ଉପକୂଳ ଜିଲ୍ଲାକୁ ବଦଳି କରାଯାଉନି ହେଲେ ଦଳେଇ ପରି ବ୍ୟକ୍ତିଙ୍କୁ ରାଜଧାନୀ ପାଖାପାଖି ନିଯୁକ୍ତି ମିଳୁଛି l ପୂର୍ତ୍ତ ବିଭାଗ ପୁରୀ ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଅମର ପ୍ରତିନିଧିଙ୍କୁ କହିଛନ୍ତି ଯେ ପୂର୍ଣ୍ଣ ଦଳେଇ ଲକ୍ଷଧିକ ଟଙ୍କା ଟଙ୍କା ଦେଇ ପାଣିକୋଇଲି ପରି ଡିଭିଜନ ରେ ରହିଛନ୍ତି ଓ ତୃତୀୟ ମହଲା ପର୍ଯ୍ୟନ୍ତ ଦଳେଇ ଙ୍କ ହାତ ରହିଛି l ପୂର୍ତ୍ତ ବିଭାଗରେ ଦବ ଦବା ରଖି ସରକାରଙ୍କୁ ବଦନାମ କରୁ ଥିବା ଯନ୍ତ୍ରୀ ଦଳେଇ ଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ 5T ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗ୍ରହଣ କରିବାକୁ ଯାଜପୁର ର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି l ତୁରନ୍ତ ଦୁର୍ନୀତିଗ୍ରସ୍ତ, ଵ୍ୟଭିଚାରୀ, ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କୁ ସୀମାନ୍ତ ଜିଲ୍ଲାକୁ ବଦଳି କରି ତାଙ୍କ ଉପରେ ଭିଜିଲାନ୍ସ ତଦନ୍ତ କରିବାକୁ ରାଜ୍ୟ ଦୁର୍ନୀତି ନିବାରଣ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି

Leave a Reply

Your email address will not be published. Required fields are marked *