ମହାନଗର

ସନ୍ଥ ବିନୋବାଙ୍କ ୪୧ ତମ ଶ୍ରାନ୍ଧତ୍ସବ ପାଳିତ

ଭୁବନେଶ୍ୱର ; ଭାରତ ରତ୍ନ ସନ୍ଥ ବିନୋବାଙ୍କ ୪୧ ତମ ଶ୍ରାନ୍ଧତ୍ସବ ଓ ଜାତୀୟ ସ୍ତରୀୟ ଗାନ୍ଧୀ, ବିନୋବା ଦର୍ଶନ କର୍ମଶାଳା ସ୍ଥାନୀୟ ଗୀତ ଗୋବିନ୍ଦ ସନ୍ଦନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।ସମରକାର୍ନ୍ତି ସେନା ପକ୍ଷରୁ ତଥା ଓଡିଶା ଗାନ୍ଧୀ ବିନୋବା ବିଚାର ମଞ୍ଚର ମିଳିତ ସହଯୋଗରେ ଆୟୋଜିତ , ଏହି ଉକ୍ତ ଉତ୍ସବରେ ଆବାହକ ସୁଧାଂଶୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଗାନ୍ଧୀ ବାଦି ନେତ୍ରି କ୍ରିଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ବକ୍ତବ୍ୟରେ କହିଥିଲେ ଯେ , ଗାନ୍ଧୀ, ବିନୋବାଙ୍କ ସଯୋଡ ଦେଶ ପାଇଁ ଏକ ବଡ ବରଦାନ। ମୁଖ୍ୟ ବକ୍ତା ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଥିଲେ ଯେ: ବର ପୁତ୍ରଙ୍କ ସ୍ମୃତି ଚାରଣର ବ୍ୟାପକତା ହେବା ଦରକାର, । ଡକ୍ଟର ବିଶ୍ୱାନିଥ ପଟ୍ଟନାୟକ , ରାଷ୍ଟ୍ରୀୟ ସର୍ବ ସେବା ସଂଘର ମହା ସଚିବ ଗୌରାଙ୍ଗ ମହାପାତ୍ର, କେୟାର ହସ୍ପିଟାଲର ପରିଚାଳକ ଡକ୍ଟର ଲୋକନାଥ ଦାଶ,ସମାଜସେବୀକା ତଥା ଲେଖିକା ବନ୍ଦନା ପଣ୍ଡା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସନ୍ଥ ବିନୋବାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ସମରକାର୍ନ୍ତି ସେନା ର ସଭାପତି ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ। ଯୁବ ସମାଜସେବୀ ଅଭୟ ବଡଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ କିଶୋର ପରିଡା, ଯୁବ ସଂଗଠକ ସୌମିତ୍ର କର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଗାନ୍ଧୀ: ବିନୋବାଙ୍କ ଦର୍ଶନ ଉପରେ ସ୍ମରଣିକା (ସତ୍ୟାଗ୍ରହ)।ଉନ୍ମୋଚିତ ହେବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାତ ୧୨ଜଣ ବ୍ୟକ୍ତି ବିଶେଷ ଙ୍କୁ ଗାନ୍ଧୀ; ବିନୋବା ସାନ୍ତି ପୁରସ୍କାର ୨୦୨୩ ପ୍ରଦାନ କରାଯାଇଥିଲା। ଏଥି ସହିତ ସନ୍ଥ ବିନୋବାଙ୍କ ଶ୍ରାନ୍ଧତ୍ସବ ଉପଲକ୍ଷେ ପୂର୍ବାହ୍ନରେ ଏକ ଶାନ୍ତି ପଦଯାତ୍ରା ହେବା ସହ ,ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *