ଅପରାଧ

ଅଫିସରେ ପଶି ପତ୍ନୀଙ୍କୁ ହାଣିଲା ସ୍ୱାମୀ

ଭୁବନେଶ୍ୱର: ପାରିବାରିକ କଳହ ପାଇଁ ଅଫିସରେ ପଶି ପତ୍ନୀଙ୍କୁ ହାଣିଲା ସ୍ୱାମୀ | ଭୁବନେଶ୍ୱରର ବରମୁଣ୍ଡାରେ ଆଜି ଅପରାହ୍ନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବରମୁଣ୍ଡା ବସଷ୍ଟାଣ୍ଡ ପଛପାର୍ଶ୍ୱରେ ଏକ ବିଲଡର କମ୍ପାନୀର ଅଫିସ ରହିଛି | ଏହି ଅଫିସରେ ମଧୁସ୍ମିତା ନାମକ ମହିଳା କାର୍ଯ୍ୟ କରନ୍ତି | ତେବେ କୌଣସି ଘଟଣାକୁ ନେଇ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କ ସ୍ୱାମୀ ଅଫିସକୁ ଆସି ମଧୁସ୍ମିତାଙ୍କୁ ଖୋଜିଥିଲେ |ଏହାପରେ ମଧୁସ୍ମିତାଙ୍କୁ ସାମ୍ନାରେ ଦେଖି ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ | ମଧୁସ୍ମିତା ତାଙ୍କ ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ବହୁ କାକୁତିମିନତି କରିଥିଲେ ବି କେହି ତାଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ | ରକ୍ତମୁଖା ସ୍ବାମୀ ଆକ୍ରମଣ କରିବା ପରେ ଖସିବାକୁ ଉଦ୍ୟମ କରୁଥିବାବେଳେ ବିଲଡର ସଂସ୍ଥାର କର୍ମଚାରୀ କାବୁ କରିନେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଆହତ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published. Required fields are marked *