ରାଜ୍ୟ

ଚଉଠି ପୂର୍ବରୁ ବିଧବା ହେଲେ ଯୁବତୀ

ସୋର: ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡିପାହି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଉଠି ପୂର୍ବରୁ ଗ୍ରାମର ଅଜୟ କୁମାର ଭଞ୍ଜ ନାମକ ଜଣେ ଯୁବକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ଗତ ୧ ତାରିଖରେ ଶିଶିର ଭଞ୍ଜଙ୍କ ସାନ ପୁଅ ଅଜୟ ଭଞ୍ଜଙ୍କର ଗତ ବୁଧୁବାର ଦିନ ହିଡିଗାଁ ଗୁଡପାହି ଗ୍ରାମର ମାଧବ ଜେନାଙ୍କ ଝିଅ ଚନ୍ଦନୀ ଜେନାଙ୍କ ସହ ବୈଦିକ ରୀତିରେ ବଳରାମ ଗଡି ରାଧାକୃଷ୍ଣ ମନ୍ଦିରରେ ବାହାଘର ହୋଇଥିଲା। ଆଜି ତାଙ୍କର ଚଉଠି  ଥିବା ବେଳେ ସକାଳେ ଅଜୟ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ।ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କୁ ଖୋଜାଖୋଜି କରିବା ପରେ ଉକ୍ତ ପୋଖରୀରେ ଭାସମାନ ଅବସ୍ଥାରେ ଲୋକେ ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *