ମନୋରଞ୍ଜନ

‘ସାଥ ନିଭାନା ସାଥିଆ’ର ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ମୁମ୍ବାଇ: ‘ସାଥ ନିଭାନା ସାଥିଆ’ ଧାରାବାହିକର ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଟିଭି ଧାରାବାହିକ ‘ସାଥ ନିଭାନା ସାଥିଆ’ରେ’ ଏହମ ମୋଦୀଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତା ମହମ୍ମଦ ନାଜିମ ଖିଲଜୀ ନିଜ ବାପାଙ୍କୁ ହରାଇଛନ୍ତି। ନିକଟରେ ଅଭିନେତା ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ଦେହାନ୍ତ ହେବା ଖବର ସେୟାର କରିଛନ୍ତି।ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପିତାଙ୍କ ଦେହାନ୍ତ ହେବାର ଖବର ସେୟାର କରି ଲେଖିଛନ୍ତି ଯେ, ବାପାଙ୍କର ହଠାତ ଦେହାନ୍ତ ହେବା ମୋତେ ଶକ୍ତ ଝଟକା ଦେଇଛି। ମୁଁ ଏଥିପାଇଁ ଗଭୀର ଅନୁତାପ କରୁଛି କାରଣ ଆଗାମୀ ଦିନରେ ମୁଁ ତାଙ୍କ ସହ ଏକ ପବିତ୍ର ତୀର୍ଥଯାତ୍ରାର ଯୋଜନା କରିଥିଲି।

Leave a Reply

Your email address will not be published. Required fields are marked *